Masthead

ଟାରିଫକୁ ନେଇ ଝଟକା ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ନିଷ୍ପତ୍ତି ପରେ ନିଜ ଦେଶେର ସୁପ୍ରିମକୋର୍ଟ ବିଚାରପତିମାନଙ୍କୁ ଦେଶଦ୍ରୋହୀ ବୋଲି ଆଖ୍ୟା ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତିରେ କ୍ରୋଧିତ ହୋଇ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ସେ ଯାହା ଚାହିଁବେ ତାହା କରିପାରିବେ। ଆମେରିକାର ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ଶୁଳ୍କ ଉପରେ ନିଷ୍ପତ୍ତି ୨୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ ସୁପ୍ରିମକୋର୍ଟର ନିଷ୍ପତ୍ତିକୁ “ଗମ୍ଭୀର ନିରାଶାଜନକ” ବୋଲି କହି କହିଥିଲେ । ସେ କହିଥିଲେ ଯେ ସେ ଆମେରିକା ସୁପ୍ରିମକୋର୍ଟର କିଛି ବିଚାରପତିଙ୍କ ପାଇଁ ଲଜ୍ଜିତ। ସେ କୋର୍ଟର ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିଥିଲେ।

 ଆମେରିକା ସୁପ୍ରିମ୍‌ କୋର୍ଟ ୬ରୁ ୩ ଭୋଟ୍‌ରେ ଟ୍ରମ୍ପଙ୍କ ବିଶ୍ୱବ୍ୟାପୀ “ରେସିପ୍ରୋକାଲ୍‌” ଟ୍ୟାରିଫ୍‌କୁ ଅବୈଧ ଘୋଷଣା କରିଛନ୍ତି । ଏହି ଟ୍ୟାରିଫ୍‌ ୧୯୭୭ ମସିହାର ଇଣ୍ଟର୍‌ନ୍ୟାସନାଲ୍‌ ଇମର୍ଜେନ୍ସି ଇକୋନୋମିକ୍‌ ପାୱାର୍ସ୍‌ ଆକ୍ଟ୍  ଅଧୀନରେ ଲଗାଯାଇଥିଲା । ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍‌ଙ୍କ କହିଛନ୍ତି ଯେ ଏହି ଆଇନ ରାଷ୍ଟ୍ରପତିଙ୍କୁ ଆମଦାନୀ ଶୁଳ୍କ ଲଗାଇବାର କ୍ଷମତା ଦିଏ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ନ୍ୟାସନାଲ ଏମରଜେନ୍ସି ପାଇଁ ରହିଥିବା ଆଇନର ଅପବ୍ୟବହାର କରି ଅତିରିକ୍ତ ଶୁଳ୍କ ଲଗାଇ ନିଜ ଅଧିକାରର ଉଲ୍ଲଂଘନ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ “ଭୟଙ୍କର” ବୋଲି ବର୍ଣ୍ଣନା କରି କ୍ଷୋଭ ପ୍ରକାଶ କରିଛନ୍ତି  ଟ୍ରମ୍ପ ଏବଂ ଏକ ନୂଆ ୧୦% ଗ୍ଲୋବାଲ୍‌ ଟ୍ୟାରିଫ୍‌ ଲଗାଇବାକୁ ଘୋଷଣା କରିଛନ୍ତି । ଭାରତ ସହିତ ଚୁକ୍ତି ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି, ଆମେ ଭାରତ ସହିତ ଏକ ନ୍ୟାୟପୂର୍ଣ୍ଣ ଚୁକ୍ତି କରିଛୁ। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ମହାନ୍‌ ବ୍ୟକ୍ତି, କିନ୍ତୁ ଅନ୍ୟମାନଙ୍କ ସହିତ ଆଲୋଚନାରେ ସେ ଅଧିକ କଠୋର ଥିଲେ, ଆମ ସହିତ ହୋଇଥିବା ଚୁକ୍ତିରେ କମ୍‌ । କିନ୍ତୁ ନୂଆ ୧୦% ଗ୍ଲୋବାଲ୍‌ ଟ୍ୟାରିଫ୍‌ ଏହି ଚୁକ୍ତିକୁ ପ୍ରଭାବିତ କରିପାରେ। ହ୍ୱାଇଟ୍‌ ହାଉସ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ଭାରତ ସମେତ ଚୁକ୍ତି ହୋଇଥିବା ଦେଶଗୁଡ଼ିକ ଏବେ ଏହି ୧୦% ଟ୍ୟାରିଫ୍‌ର ସମ୍ମୁଖୀନ ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟାରିଫକୁ ନେଇ ଝଟକା ଦେଲେ ସୁପ୍ରିମକୋର୍ଟ 🔴 ବଜେଟ ଅଧିବେଶନର ପଞ୍ଚମ ଦିନ, ଚାଷୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇପାରେ ଗୃହ 🔴 ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ 🔴 ଆଜି ଆସିବ ରାଜ୍ୟ ବଜେଟ 🔴 ଲୁଗା ବ୍ୟବସାୟୀଙ୍କ ଘରେ ନିଆଁ 🔴 ଆଜିଠୁ ମାଟ୍ରିକ ବୋର୍ଡ ପରୀକ୍ଷା 🔴 ବଜେଟ ଅଧିବେଶନର ତୃତୀୟ ଦିନ 🔴 ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ 🔴 ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା 🔴 ବଜେଟ ଅଧିବେଶନର ଦ୍ୱିତୀୟ ଦିନ 🔴 ଟାରିଫକୁ ନେଇ ଝଟକା ଦେଲେ ସୁପ୍ରିମକୋର୍ଟ 🔴 ବଜେଟ ଅଧିବେଶନର ପଞ୍ଚମ ଦିନ, ଚାଷୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇପାରେ ଗୃହ 🔴 ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ 🔴 ଆଜି ଆସିବ ରାଜ୍ୟ ବଜେଟ 🔴 ଲୁଗା ବ୍ୟବସାୟୀଙ୍କ ଘରେ ନିଆଁ 🔴 ଆଜିଠୁ ମାଟ୍ରିକ ବୋର୍ଡ ପରୀକ୍ଷା 🔴 ବଜେଟ ଅଧିବେଶନର ତୃତୀୟ ଦିନ 🔴 ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ 🔴 ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା 🔴 ବଜେଟ ଅଧିବେଶନର ଦ୍ୱିତୀୟ ଦିନ