Masthead

ଇତିହାସ ରଚିଲା ମୁମ୍ବାଇ

ଦୁବାଇ (ବଡ଼ ଖବର ବ୍ୟୁରୋ): ଇତିହାସ ରଚିଲା ମୁମ୍ବାଇ ଇଣ୍ଡିଆନ୍ସ । ଦୁବାଇରେ ରାଜ କଲେ ରୋହିତ ଶର୍ମା । ଫାଇନାଲ ଫାଇଟରେ ଦିଲ୍ଲୀକୁ ଧୂଳି ଚଟାଇଲେ ମୁମ୍ବାଇ । ଆଇପିଏଲ ସିଜନ-୧୩କୁ ନିଜ ନାମରେ କରି ଇତିହାସ ସୃଷ୍ଟି କରିଛି ମୁମ୍ବାଇ ।

ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ଜିତି ଇତିହାସ ରଚିଲା ମୁମ୍ବାଇ ଇଣ୍ଡିଆନ୍ସ । ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦କୁ ମିଶାଇ ୫ଥର ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛି । ଅଦିନାୟକ ରୋହିତ ଶର୍ମାଙ୍କ ଦମଦାର ଇନିଂସ ବଳରେ ମୁମ୍ବାଇ ଇତିହାସ ସୃଷ୍ଟି କରିଛି । ଆଜି ଆଇପିଏଲ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରିଛି ମୁମ୍ବାଇ ।

ଫାଇନାଲ ଫାଇଟରେ ଟସ ଜିତି ଦିଲ୍ଲୀ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ସ୍କୋରବୋର୍ଡରେ ବଡ଼ ସ୍କୋର କରିବା ଲକ୍ଷ୍ୟରେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । କିନ୍ତୁ ପ୍ରଥମ ବଲରୁ ଦିଲ୍ଲୀକୁ ଚାପରେ ରଖିଥିଲା ମୁମ୍ବାଇ । ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହା ପରେ ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟର ଓ ରିଷଭ ପନ୍ଥ ଦଳର ବ୍ୟାଟିଂ ସ୍ଥିତିକୁ ସୁଧାରିଥିଲେ । ଶ୍ରେୟାସ ଆୟର ୫୦ ବଲରୁ ୬୫ ରନ କରି ଅପରାଜିତ ରହିଥିଲେ । ରିଷଭ ପନ୍ଥ ୩୮ ବଲରୁ ଦ୍ରୁତ ୫୬ ରନ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ଫଳରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୧୫୬ ରନ କରିପାରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରି ନ ଥିଲେ । ଅନ୍ୟପଟେ ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୩ଟି, ନାଥନ କୁଲଟର ନାଇଲ ୨ଟି ଓ ଜୟନ୍ତ ଯାଦବ ଗୋଟିଏ ୱିକେଟ ନେଇଥିଲେ ।

୧୫୭ ରନର ବିଜୟ ଲକ୍ଷ୍ୟ ପଛା କରି ମୁମ୍ବାଇ ତରଫରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡିକ୍କକ୍ ଓ ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ । ପ୍ରଥମ ୱିକେଟରେ ଉଭୟ ୪୫ ରନର ଯୋଗଦାନ କରିଥିଲେ । ଡିକ୍କକ ୧୨ ବଲରୁ ୨୦ ରନ କରି ଷ୍ଟୋଇନିକ୍ସଙ୍କ ଶିକାର ହୋଇଥିଲେ । ଏହା ପରେ ସୂର୍ଯ୍ୟ କୁମାର ଯାଦବ ଓ ରୋହିତ ଦଳର ବ୍ୟାଟିଂକୁ ସମ୍ଭାଳିଥିଲେ । ସୂର୍ଯ୍ୟ କୁମାର ଯାଦବ ୨୦ ବଲରୁ ୧୯ ରନ କରି ରନ ଆଉଟ ହୋଇଥିଲେ । ଏହା ପରେ ଦଳର ବ୍ୟାଟିଂ ସମ୍ଭାଳିଥିଲେ ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶାନ । ରୋହିତ ୫୧ ବଲରୁ ୬୮ ରନ ସଂଗ୍ରହ କରି ଆଉଟ ହୋଇଥିଲେ । ଇଶାନ କିଶାନଙ୍କ ଦ୍ରୁତ ରନ ମୁମ୍ବାଇକୁ ୫ ୱିକେଟରେ ବିଜୟ କରିଥିଲେ । ଦିଲ୍ଲୀ ପକ୍ଷରୁ ରାବାଡା, ନର୍କିଆ ଓ ଷ୍ଟୋଇନିକ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଆଜିର ବିଜୟ ସହ ଆଇପିଏଲ ଇତିହାସରେ ପ୍ରଥମ ଦଳ ଭାବରେ ୫ଥର ଆଇପିଏଲ ଟ୍ରଫକୁ ନିଜ ନାମରେ କରିଛି । ଆଜିର ବିଜୟ ସହ ଚଳିତ ସିଜନରେ ଚତୁର୍ଥଥର ପାଇଁ ଦିଲ୍ଲୀକୁ ମାତ ଦେଲା ମୁମ୍ବାଇ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ