Masthead

କାନ୍ଦୁଛି କଳାକାର

ଭଦ୍ରକ (ବଡ଼ ଖବର ବ୍ୟୁରୋ): ୬ ଦଫା ଦାବି ନେଇ ଭଦ୍ରକ ଜିଲ୍ଲା କଳାକାର ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ଓ ଧାରଣା । କରୋନା ମହାମାରୀ ପାଇଁ ସବୁ ସାଂସ୍କୃତିକ କାର୍ଯ୍ୟ ବନ୍ଦହୋଇ ଯାଇଥିବାରୁ ଏବେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି ମେଲୋଡି ପାର୍ଟିର ମାଲିକ ଓ କଳାକାରମାନେ । ମେଲୋଡିକୁ ରୋଜଗାରର ମାଧ୍ୟମ କରି ନିଜର ସମସ୍ତ ଅର୍ଥବଳ ଖଟାଇ ସାଂସ୍କୃତିକ ବାଦ୍ୟଯନ୍ତ୍ର କିଣି ଦୁଇ ପଇସା ରୋଜଗାର କରି ପେଟ ପୋଷୁଥିଲେ ତାହା ଏବେ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି । ଅନ୍ୟପଟେ ଘରେ ପଡି ପଡି ବାଦ୍ୟଯନ୍ତ୍ର ସବୁ ନଷ୍ଟ ହେବାକୁ ବସିଲାଣି । ବିଦ୍ୟୁତ୍ ସରଞ୍ଜାମ, ମାଇକ୍ ସବୁ ଖତ ଖାଇବାକୁ ଗଲାଣି । ଏବେ କେମିତି ଚଳିବେ ମେଲୋଡି ମାଲିକ ଓ କଳାକାରମାନେ ବୋଲି ସରକାରଙ୍କ ପାଖରେ ଦାବି କରିଛନ୍ତି ଭଦ୍ରକ ମେଲୋଡି ମାଲିକ ସଂଘର କର୍ମକର୍ତ୍ତାମାନେ ।

ତେବେ ଏ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇ ନାହିଁ ।  ଯଦି ସରକାର ୭ ଦିନ ଭିତରେ ଏଥିପ୍ରତି ଧ୍ୟାନ ନ ଦିଅନ୍ତି ତାହାଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବା ସହ ପରିବାର ସମୂହ ଆତ୍ମହୁତି କରିବେ ବୋଲି ଚେତାବନୀ ଦେଇଛନ୍ତି  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ