Masthead

ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରୁ ଜଣେ ଆତଙ୍କବାଦୀ ଗିରଫ। ୟୁନିଟ୍‌-୬ ଅଞ୍ଚଳରୁ ଏହି ଆତଙ୍କୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ। ଗିରଫ କରାଯିବା ପରେ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଛି। ଏହି ଘଟଣା ପରେ ଅଧିକ ସତର୍କ ହୋଇଛି କମିଶନରେଟ୍‌ ପୁଲିସ୍ । ଏହି ଯୁବକ ଜଣଙ୍କ କିଛି ମାସ ହେବ ୟୁନିଟ୍‌-୬ ଅଞ୍ଚଳର ଏକ ଭଡ଼ା ଘରେ ରହୁଥିଲା । ସେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହମୂଳକ ସ୍ଲୋଗାନ ପୋଷ୍ଟ କରୁଥିଲା । ଏହା ବାବଦରେ ଯବୁକଙ୍କ ପାଖକୁ ବିଭିନ୍ନ ସୂତ୍ରରୁ ଟଙ୍କା ଆସୁଥିଲା । ଏହି ଯୁବକ ଜଣଙ୍କ କେଉଁ ଉଦ୍ଦେଶ୍ୟରେ ଏପରି ଦେଶଦ୍ରୋହ କାମ କରୁଥିଲେ ତାହାର ଖୋଲତାଡ଼ କରିବ ଦିଲ୍ଲୀ ପୁଲିସ୍ ।

ଆତଙ୍କୀ ଲିଙ୍କରେ ଦିଲ୍ଲୀରୁ ଧରାପଡ଼ିଥିଲେ କିଛି ଯୁବକ। ଏହାପରେ ଦିଲ୍ଲୀରେ ତଦନ୍ତ ପରେ ଓଡ଼ିଶା ଲିଙ୍କ୍ ମିଳିଥିଲା। ସନ୍ଦିଗ୍ଧ ସେଖ୍ ଇମରାନ୍ ସମ୍ପର୍କରେ ତଥ୍ୟ ପାଇଥିଲା ପୋଲିସ୍। ସୋସିଆଲ୍ ମିଡିଆରେ ଦେଶ ବିରୋଧରେ ଷଡ଼ଯନ୍ତ୍ର ରଚୁଥିଲା। ଭୁବନେଶ୍ବର କ୍ୟାପିଟାଲ୍ ଥାନା ଅଞ୍ଚଳରୁ ଗତ ରାତିରୁ ଇମରାନ୍ ନାମକ ଯୁବକଙ୍କୁ ଉଠାଇ ନେଇଥିଲା ଦିଲ୍ଲୀ ପୋଲିସ୍। ଭୁବନେଶ୍ବରରେ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ତଦନ୍ତ କରିଥିଲା। ସୋସିଆଲ୍ ମିଡିଆରେ ଦେଶ ବିରୋଧୀ ପୋଷ୍ଟ, ପାକିସ୍ତାନ ସହ ଲିଙ୍କ୍ ଭଳି ବିଭିନ୍ନ ଅଭିଯୋଗ ଇମରାନଙ୍କ ନାଁରେ ଥିଲା। ଏନେଇ ତଦନ୍ତ କରିବା ପରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍।  ସେଖ୍ ଇମରାନ୍ କୁ ନେଇ ପୋଲିସ ଏବେ ତତ୍ପର ହୋଇଉଠିଛି। ତା’ ବିରୋଧରେ ଖୋଲତାଡ଼ ଜାରି ରହିଛି। ଓଡ଼ିଶାର କେଉଁ କେଉଁ ସ୍ଥାନରେ ଆତଙ୍କି ଜାଲ ବିଛାଯାଇଛି? ସେଖ୍ ଇମରାନ୍ ସହ ଆଉ କିଏ କିଏ ସାମିଲ ଅଛନ୍ତି? ସେ ନେଇ ତଦନ୍ତ ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଆଜିର ମ୍ୟାଚ୍ ରୋହିତଙ୍କୁ କମ୍ ବ୍ୟାକ କରିପାରେ 🔴 ଅଣ୍ଡା ଦର ଏବେ ଆକାଶ ଛୁଆଁ 🔴 ମସ୍କୋ ଉପରେ ୩୭୦ ଡ୍ରୋନ ମାଡ଼ 🔴 ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା 🔴 ୭ ଜିଲ୍ଲାରେ ଭାରି ବର୍ଷା !  🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଆଜିର ମ୍ୟାଚ୍ ରୋହିତଙ୍କୁ କମ୍ ବ୍ୟାକ କରିପାରେ 🔴 ଅଣ୍ଡା ଦର ଏବେ ଆକାଶ ଛୁଆଁ 🔴 ମସ୍କୋ ଉପରେ ୩୭୦ ଡ୍ରୋନ ମାଡ଼ 🔴 ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା 🔴 ୭ ଜିଲ୍ଲାରେ ଭାରି ବର୍ଷା !