ଡମ୍ବରୁଙ୍କୁ ଭୁଲିଗଲା ପ୍ରଶାସନ

ଚିଲିକା (ବଡ଼ ଖବର ବ୍ୟୁରୋ): ଜୀବନର ଚତୁର୍ଥ ସୋପାନରେ ପାଦ ଥାପିଥିବା ବୃଦ୍ଧ ଦମ୍ପତ୍ତି ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ । ଏମାନଙ୍କ ଉପରେ ଲୋକ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଚିଲିକା ବ୍ଲକ ମାନସିଂହପୁର ପଞ୍ଚାୟତର ମାନସିଂହପୁରରେ ।

ମାନସିଂହପୁରର ଡମ୍ବରୁ ବେହେରାଙ୍କ ସଂସାର କହିଲେ ସ୍ତ୍ରୀ ବାଲି ବେହେରା, ୪ ଝିଅ ଏବଂ ଗୋଟିଏ ପୁଅ । ଝିଅମାନଙ୍କୁ ବିବାହ ଦେଇସାରିଛନ୍ତି ଡମ୍ବରୁ । ପରେ ପୁଅର ଅକାଳ ବିୟୋଗ ଡମ୍ବରୁ ଓ ବାଲି ସହିପାରି ନଥିଲେ । ପାଠସାଠ ପଢ଼ିନଥିବା ଏହି ବୃଦ୍ଧ ଦମ୍ପତି ଭଙ୍ଗା ମନ ନେଇ କୌଣସି ସରକାରୀ କାର୍ଯ୍ୟାଳୟକୁ ଯାଇ ନିଜର ସମସ୍ୟା ଜଣାଇ ପାରୁନାହାନ୍ତି । ସରକାରୀ ବାବୁମାନେ ବିଭିନ୍ନ କାମରେ ମାନସିଂହପୁର ଆସୁଥିବା ବେଳେ ଡମ୍ବରୁ ନିଜର ଦୁଃଖ ଜଣାଉଛନ୍ତି । ଦୀର୍ଘଦିନ ହେବ ଅଭିଯୋଗ ଜଣାଉଥିଲେ ମଧ୍ୟ ଡମ୍ବରୁ ଆଜି ପର୍ଯ୍ୟନ୍ତ ସୁଫଳ ହୋଇ ନାହାନ୍ତି । ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଗୁହାରି ଜଣାଉଛନ୍ତି, କିନ୍ତୁ ଆଜିକାଲି କହି ଦିନ ପରେ ଦିନ ଗଡାଇ ଚାଲିଛନ୍ତି ସରକାରୀ ବାବୁ ।

ପରିଣତ ବୟସରଙ୍କ ପହଞ୍ଚିଥିବା ଏହି ଦମ୍ପତ୍ତି ବାର୍ଦ୍ଧକ୍ୟ ଭତ୍ତାରୁ ମଧ୍ୟ ବଞ୍ଚିତ । ନା ଅଛି ସେମାନଙ୍କ ପାଖେ ରହିବାକୁ ଘର ନା ଖାଉଟି ସାମଗ୍ରୀ ପାଇଁ କାର୍ଡ । ଦିନେ ଖାଇଲେ ଦୁଇଓଳି ଉପବାସରେ ଏମାନେ ରହିବାକୁ ବାଧ୍ୟ ହେଉଛନ୍ତି । ଦୀର୍ଘଦିନ ହେବଲା ସେମାନଙ୍କ ଘର ଛପର ହୋଇନାହିଁ । ଘରେ ଦିନରେ ସୂର୍ୟ୍ୟ ଓ ରାତିରେ ଜହ୍ନ କିରଣ ପଡୁଛି । । ସ୍ୱାଧୀନତାର ବହୁ ବର୍ଷ ପରେ ମଧ୍ୟ ସାଧାରଣଲୋକ ନିଜର ଅଧିକାର ପାଇ ପାରୁନାହାନ୍ତି । ଅସହାୟ ଲୋକ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ରହିବା ପ୍ରଶାସନର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ କେତେଦିନ ପରେ ଗରିବ ଡମ୍ବରଙ୍କୁ ସରକାରୀ ସହାୟତା ମିଳିବ ‘ବଡ଼ ଖବର’ ଅପେକ୍ଷା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!