Masthead

ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଅସ୍ତ୍ରବିରତିକୁ ଆଗକୁ ବଢ଼ାଇବା ପାଇଁ ଘୋଷଣା କରିଛନ୍ତି । ଟ୍ରମ୍ପ ଏହି ପଦକ୍ଷେପ ବର୍ତ୍ତମାନର ସିଜ୍‌ଫାୟାର୍ ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ପାକିସ୍ତାନର ଅନୁରୋଧ କ୍ରମେ ଉଠାଇଛନ୍ତି । ସେ କହିଛନ୍ତି ଯେ ଇରାନ ପକ୍ଷରୁ କୌଣସି ପ୍ରସ୍ତାବ ନମିଳିବା ପର୍ଯ୍ୟନ୍ତ ସେ ଯୁଦ୍ଧବିରତିକୁ ଆଗକୁ ବଢ଼ାଉଛନ୍ତି । ଏହାଦ୍ୱାରା ଯୁଦ୍ଧ ବର୍ତ୍ତମାନ ପାଇଁ ଟଳିଯାଇଛି ଏବଂ ମଧ୍ୟସ୍ଥି ପାକିସ୍ତାନକୁ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନାର ନୂତନ ପର୍ଯ୍ୟାୟ ଆୟୋଜନ କରିବା ପାଇଁ ସମୟ ମିଳିଯାଇଛି ।

ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଅନୁରୋଧରେ, ଇରାନ ସରକାର ଏକ ସର୍ବସମ୍ମତ ପ୍ରସ୍ତାବ ଉପସ୍ଥାପନ କରିବା ପାଇଁ ଆକ୍ରମଣକୁ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି ବୋଲି କହିଛନ୍ତି ଟ୍ରମ୍ପ । ଅସ୍ତ୍ରବିରତି ବଢାଇଲେ ବି ହୋର୍ମୁଜ ଉପରେ ଆମେରିକାର ଅବରୋଧ ଜାରି ରହିବ ।

ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ” ଆମେ ବୁଝିପାରୁଛୁ ଯେ ଇରାନ ସରକାର ଗଭୀର ଭାବରେ ବିଭକ୍ତ । ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମୋତେ ଯୁଦ୍ଧବିରତି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ଆମକୁ କୁହାଯାଇଛି ଯେ ଯେପର୍ଯ୍ୟନ୍ତ ସେମାନଙ୍କର ନେତା ଏବଂ ପ୍ରତିନିଧିମାନେ ସର୍ବସମ୍ମତ ପ୍ରସ୍ତାବ ନେଇ ନଆସନ୍ତି ସେପର୍ଯ୍ୟନ୍ତ ଇରାନ ଉପରେ ଆକ୍ରମଣ ନ କରିବାକୁ। “

ଡୋନାଲ୍ଡ ଟ୍ରମ୍ପ ଆହୁରି ଲେଖିଛନ୍ତି, “ପାକିସ୍ତାନର ଅନୁରୋଧରେ, ଇରାନ ଏହାର ପ୍ରସ୍ତାବ ଉପସ୍ଥାପନ କରିବା ଏବଂ ଆଲୋଚନା ସମାପ୍ତ କରିବା ପର୍ଯ୍ୟନ୍ତ ଯୁଦ୍ଧବିରତିକୁ ବୃଦ୍ଧି କରୁଛି, ଏହାର ଫଳାଫଳ ଯାହା ହେଉନା କାହିଁକି । ମୁଁ ମୋର ସେନାକୁ ଅବରୋଧ ବଜାୟ ରଖିବାକୁ ଏବଂ ପରବର୍ତ୍ତୀ ଘଟଣା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି । ” ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ପୁଣି ଥରେ ଶତ୍ରୁତା ଆରମ୍ଭ ହେବାର ଆଶଙ୍କାକୁ ସାମୟିକ ଭାବରେ ଏଡାଯାଇଛି । ତଥାପି, ଉଭୟ ପକ୍ଷ ମଧ୍ୟରେ ଗଭୀର ମତଭେଦ ରହିଛି । ଆମେରିକାର ଆଲୋଚନା ଦଳକୁ ନେତୃତ୍ୱ ଦେବା ପାଇଁ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ପାକିସ୍ତାନ ଗସ୍ତ ସ୍ଥଗିତ ରଖାଯାଇଛି । ହୋର୍ମୁଜ ପ୍ରଣାଳୀରେ ଇରାନ ଉପରେ ଆମେରିକାର ଅବରୋଧ ମଧ୍ୟ ବଳବତ୍ତର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ