Masthead

ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ

ଉଦଳା (ବଡ଼ ଖବର ବ୍ୟୁରୋ): ବିଲ ଭିତର ଗାତରେ ପଶିଲେ । କୁଆଁ କୁଆଁ କାନ୍ଦି ଗାତରୁ ବାହାରି ନୂଆ ଜନ୍ମ ନେଲେ। ନୂଆ ଜନ୍ମ ନେବା ପରେ ଫେରିଲେ ନିଜ ଧର୍ମକୁ। ସାନ୍ତାଳୀ ସମ୍ପ୍ରଦାୟରେ ଧର୍ମକୁ ଫେରିବା ପାଇଁ ଦେଖିବାକୁ ମିଳିଛି ଏଭଳି ଭିନ୍ନ ପରମ୍ପରା। ଧର୍ମ ପରିବର୍ତ୍ତନ କରିଥିବା ପରିବାର ଏବେ ଧର୍ମକୁ ଫେରିବା ପରେ ଏମିତି ହୋଇଛି ତାଙ୍କର ପୁନଜନ୍ମ। ଖୁଣ୍ଟା ବ୍ଲକ ଡୁଙ୍ଗୁରୁଡ଼ିହି ଗ୍ରାମର ଲେମ୍ବୁ ହାଁସଦାଙ୍କ ପରିବାର ୫ ବର୍ଷ ପୂର୍ବରୁ ଅନ୍ୟ ଧର୍ମକୁ ଯାଇଥିଲେ। ଘରୋଇ ସମସ୍ୟା, ରୋଗବ୍ୟାଧି ଆଦି ଦୂର ହେବାର ସ୍ବପ୍ନ ଦେଖାଇ ଅନ୍ୟ ଧର୍ମର ଲୋକେ ଲେମ୍ବୁ ଙ୍କୁ ଧର୍ମ ପରିବର୍ତ୍ତନ କରାଇଥିଲେ।

ହେଲେ ତାହା ମିଛ ବୋଲି ଜାଣିବା ପରେ ପୂରା ପରିବାର ଏବେ ନିଜ ସାରନ୍ନା ଧର୍ମକୁ ଫେରିଛନ୍ତି। ଯେଉଁଥିପାଇଁ ତାଙ୍କୁ ନେବାକୁ ପଡିଛି ନୂଆ ଜନ୍ମ। ସାନ୍ତାଳୀ ସମ୍ପ୍ରଦାୟ ପରମ୍ପରା ଅନୁସାରେ ଧର୍ମକୁ ଫେରିବା ପାଇଁ ତାଙ୍କୁ ଆଉ ଥରେ ଜନ୍ମ ନେବାକୁ ପଡିଛି। ଵିଲ ହିଡ଼ ଭିତରେ ପଶିବା ସହିତ ସେଠାରୁ କାନ୍ଦି କାନ୍ଦି କୁଆଁ କୁଆଁ ଶବ୍ଦ କରି ବାହାରିଲେ ସପରିବାର। ତା ପରେ ସେମାନଙ୍କ ନାଭି କଟା ଯାଇ ତାଙ୍କୁ ଘରକୁ ନିଆଯାଇଥିଲା।

ସେଠାରେ ଘର ଚାଳ କୁ ଗ୍ରାମବାସୀ ବାଡେଇବା ପରେ ପୂରା ପରିବାର ଘର ଭିତରେ ପଶିଥିଲେ ଆଉ ତା ପରେ ଘରେ ନାଭିକୁ ପୋତି ଦିଆଯାଇଥିଲା। ଯାହା ପରେ ପୂରା ପରିବାରର ଏକୋଇଶିଆ ହୋଇଥିଲା ଏବଂ ସମସ୍ତଙ୍କୁ ପବିତ୍ର ଲେପ ଛିଟା ଯାଇ ଧର୍ମକୁ ଫେରାଇ ଅଣାଯାଇଥିଲା। ଏହା ପରେ ଧର୍ମକୁ ଫେରିଥିବା ଲେମ୍ବୁଙ୍କ ପରିବାର ପକ୍ଷରୁ ଭୋଜି ଭାତର ଆୟୋଜନ କରାଯିବା ସହିତ ୩ ଗୋଟି ହାଣ୍ଡିଆ ହାଣ୍ଡି ଦିଆଯାଇଥିଲା। ଯାହା ପରେ ସେ ନିଜ ସାନ୍ତାଳୀ ସମ୍ପ୍ରଦାୟ ଵା ସାରନ୍ନା ଧର୍ମକୁ ଫେରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର