Masthead

ପୁଣି ନିରାଶ…ଚାଲିଛି ମନ୍ତ୍ରୀଙ୍କ ଖାତା ଦେଖା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ମୋହନ ସରକାରକୁ ଦୁଇବର୍ଷ ଛୁଇଁବ । ଏହାରି ଭିତରେ ଅନେକ ଉଥାନ ପତନ ହୋଇଛି । ୧୬ମନ୍ତ୍ରୀଙ୍କୁ ନେଇ ଚାଲିଛି ଭାରତୀୟ ଜନତା ପାର୍ଟିର ସରକାର । ର୍ନିବାଚନ ପ୍ରତିଶ୍ରୁତି ପୂରଣ କରିବା ସହ ନୂଆ ନୂଆ ସ୍କିମ ଭେଟିଦେଇଛନ୍ତି ସିଏମ ମୋହନ । କିନ୍ତୁ ସରକାରଙ୍କୁ ପ୍ରଶଂସା ସହ ମୁଣ୍ଡାଇବାକୁ ପଡିଛି ବଦନାମ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଲା କି ଖୁବଶୀଘ୍ର ଗଠନ ହେବ ନୂଆ ମନ୍ତ୍ରିମଣ୍ଡଳ । ସେଥିପାଇଁ ଦିଲ୍ଲୀରୁ ନେଇ ଭୁବନେଶ୍ୱରରେ ଚାଲିଲା କସରତ । କିନ୍ତୁ ବର୍ତ୍ତମାନ ଯାହା ବିଶେଷ ସୂତ୍ରରୁ ଖବର ଅନୁଯାଇ ମୋହନ ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କୁଆଡେ ଆହୁରି ସମୟ ଲାଗିବ । ଯେଉଁ ସମୟ ଧାର୍ଯ୍ୟ ହୋଇଥିଲା ସେଥିରେ ପରିବର୍ତ୍ତନ କରାଯାଇଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ନେତୃତ୍ୱ ଏକାଠି ବସି ଏ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଏମିତି କି ୫ ମନ୍ତ୍ରୀ ଯୋଡି ହେବା ଥୟ କିନ୍ତୁ କାହାକୁ ମନ୍ତ୍ରିମଣ୍ଡଳରୁ ବାଦ ନ ଦେବା ପାଇଁ ରହିଛି ନିଦେ୍ର୍ଦଶ । ହେଲେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ ତାଙ୍କ ସରକାରର କାର୍ଯ୍ୟକଳାପର ରିର୍ପୋଟ ମାଗିଛନ୍ତି । ଯାହା ପାଇଁ ମୁଖ୍ୟମନ୍ତ୍ରୀ ୨ତାରିଖରୁ ଏଥିପାଇଁ ମନ୍ତ୍ରୀ ମାନଙ୍କ ଠାରୁ ବିଭାଗ ୱାରି ସମୀକ୍ଷା ଆରମ୍ଭ କରିଛନ୍ତି । ବିଭାଗର ଖାତା ଦେଖା ଆରମ୍ଭ କରିଦେଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଶକ୍ତି ଏବଂ କୃଷି ବିଭାଗର ଦୁଇବର୍ଷର ରିପୋର୍ଟ ସହ ପଶୁସମ୍ପଦ ଓ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦୁଇ ବିଭାଗର ଖାତାକୁ ତର୍ଜମା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏମିତି କରି ଆସନ୍ତା ୯ତାରିଖ ଯାଏଁ ସମସ୍ତ ମନ୍ତ୍ରୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ ମୋହନ । ଆଉ ଏହା ପରେ କେନ୍ଦ୍ର – ରାଜ୍ୟ ସ୍ତରୀୟଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ କୁଆଡେ ନିଷ୍ପତ୍ତି ମନ୍ତ୍ରିମଣ୍ଡଳକୁ ନେଇ ଆସିପାରେ । ତେବେ ସେତବେଳକୁ ଏବେ ମନ୍ତ୍ରିମଣ୍ଡଳକୁ ନେଇ ପୂର୍ବ ନିର୍ଦ୍ଧାରିତ ସମୟକୁ ପରିବର୍ତ୍ତନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି