Masthead

କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପଦରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ନିଯୁକ୍ତି ପାଇବେ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆବଶ୍ୟକତାଠାରୁ ଅଧିକ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତିରୁ ବାହାର । କମ୍ ଶିକ୍ଷାଗତ ଯୋଗ୍ୟତା ସର୍ତ୍ତାବଳୀ ଥିବା ପଦରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ନିଯୁକ୍ତି ପାଇବେ ନାହିଁ । ସୁପ୍ରିମକୋର୍ଟ ଆଜି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଦେଶରେ ବେକାରୀ ବଢୁଥିବାରୁ ବହୁ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ, କମ୍ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ କରୁଥିବା ପଦରେ ନିଯୁକ୍ତି ପାଇଁ ଆବେଦନ କରୁଥିବା ଦେଖିବାକୁ ମିଳୁଛି। ସୁପ୍ରିମକୋର୍ଟ କହିଛନ୍ତି ଯଦି ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତି ତାଙ୍କ ଶିକ୍ଷା ବାବଦ ତଥ୍ୟ ଲୁଚାଇ ସେହି ଚାକିରି କରିଥାନ୍ତି ତେବେ ତାହାକୁ ଅବୈଧ ବିବେଚନା କରାଯିବ ।

ପ୍ରତିକୂଳ ପରିସ୍ଥିତି ଯୋଗୁ ବହୁ ଯୁବକ ଯୁବତୀ ଉଚ୍ଚଶିକ୍ଷା ଲାଭ କରିପାରି ନଥାନ୍ତି । ଏଭଳି ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ପଦ ଲାଗି ଅନ୍ୟମାନେ ଆବେଦନ କଲେ ସେମାନଙ୍କ ସହିତ କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରି ପାରିବେ ନାହିଁ । ଫଳରେ ସେମାନେ  ନିଯୁକ୍ତିରୁ ବଞ୍ଚିତ ହେବେ । ଏହା ଦ୍ୱାରା ବେକାରୀ ଆହୁରି ବଢ଼ିବ । କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପଦରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ୍ ଆର୍. ମହାଦେବନଙ୍କ ଖଣ୍ଡପୀଠ ମାଡ୍ରାସ ହାଇକୋର୍ଟ ୨୦୨୫ରେ ଦେଇଥିବା ଏକ ରାୟକୁ ରଦ୍ଦ କରିଛନ୍ତି । ଏଥିରେ ହାଇକୋର୍ଟ ସିଣ୍ଡିକେଟ୍ ବ୍ୟାଙ୍କ ଆଟେଣ୍ଡାଣ୍ଟ ଚାକିରି ପାଇବା ଲାଗି ଗ୍ରାଜୁଏସନ ଡିଗ୍ରୀ ଲୁଚାଇଥିବା ଜଣେ ବ୍ୟକ୍ତିଙ୍କ ପକ୍ଷରେ ଫଇସଲା ଶୁଣାଇଥିଲେ । ଏଥିସହ ସେହି କର୍ମଚାରୀଙ୍କ ପୁନଃ ନିଯୁକ୍ତି ଦେବାକୁ ହାଇକୋର୍ଟ ଆଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ, କିଛି ପଦ ପାଇଁ କମ୍ ଲେଖା-ପଢ଼ା କରିଥିବା ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ସଂରକ୍ଷିତ ରଖାଯିବା ରଖାଯିବା ଆବଶ୍ୟକ । ଏହାଦ୍ୱାରା ସେମାନଙ୍କୁ ଅଧିକ ଯୋଗ୍ୟ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ପଡ଼ିବନି ।

ସୂଚନା ଅନୁସାରେ ଉକ୍ତ ବ୍ୟାଙ୍କର ଆଟେଣ୍ଡାଣ୍ଟ ପଦଟି କେବଳ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ, ଚାକିରି ପାଇଥିବା ବ୍ୟକ୍ତିଜଣକ ଗ୍ରାଜୁଏଟ ଏବଂ ସେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଲୁଚାଇ ଥିଲେ । ସେହି ବ୍ୟକ୍ତିଙ୍କୁ ଚୟନ କରାଯିବା ଭୁଲ୍ ଥିଲା ଏବଂ ଏହା ଦ୍ୱାରା ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ପ୍ରଭାବିତ ହୋଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସରକାର ଜଣେ ପାରଦର୍ଶୀ ଏବଂ ସମାନ ସୁଯୋଗ ପ୍ରଦାନକାରୀ ନିଯୁକ୍ତିଦାତା ଭାବେ କାର୍ଯ୍ୟ କରିବେ ବୋଲି ଆଶା କରାଯାଏ । ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀମାନେ କମ୍ ଶିକ୍ଷାଗତ ଯୋଗ୍ୟତାର ଲୋକଙ୍କ ଚାକିରି ନେଇଗଲେ, କମ୍ ଯୋଗ୍ୟତାର ଲେକାଙ୍କ ପାଇଁ ସୁଯୋଗ କମିଯିବ । ସରକାରୀ ଚାକିରିରେ ନିଯୁକ୍ତି ସର୍ବଦା ବିଜ୍ଞପତିରେ ଲେଖା ଯାଇଥିବା ନିୟମ ଅନୁଯାୟୀ ହେବା ଉଚିତ । ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କାରଣରୁ କାହାକୁ କମ୍ ଯୋଗ୍ୟତା ବିଶିଷ୍ଟ ପଦବୀ ପାଇଁ ଆବେଦନ କରିବାର ଅଧିକାର ମିଳିଯାଏ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି 🔴 ବଢିପାରେ ଖରା ଛୁଟି ? 🔴 ଆଜି ବିଶ୍ୱ ପରିବେଶ ଦିବସ 🔴 ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପଦରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ନିଯୁକ୍ତି ପାଇବେ ନାହିଁ : ସୁପ୍ରିମକୋର୍ଟ 🔴 ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ୱସ୍ତି 🔴 ପୁଣି କାଠ ଯୋଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର । 🔴 ମିଳିମିଳାର ତାଣ୍ଡବ, ଟୀକା ଅଭାବରୁ ଯାଉଛି ଜୀବନ 🔴 କେରଳମ ଛୁଇଁଲା ମୌସୁମୀ 🔴 ମିଳିଲାନି ଷ୍ଟ୍ରେଚର, କାନ୍ଧରେ ବୁହା ହେଲେ ରୋଗୀ 🔴 ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି 🔴 ବଢିପାରେ ଖରା ଛୁଟି ? 🔴 ଆଜି ବିଶ୍ୱ ପରିବେଶ ଦିବସ 🔴 ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପଦରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ନିଯୁକ୍ତି ପାଇବେ ନାହିଁ : ସୁପ୍ରିମକୋର୍ଟ 🔴 ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ୱସ୍ତି 🔴 ପୁଣି କାଠ ଯୋଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର । 🔴 ମିଳିମିଳାର ତାଣ୍ଡବ, ଟୀକା ଅଭାବରୁ ଯାଉଛି ଜୀବନ 🔴 କେରଳମ ଛୁଇଁଲା ମୌସୁମୀ 🔴 ମିଳିଲାନି ଷ୍ଟ୍ରେଚର, କାନ୍ଧରେ ବୁହା ହେଲେ ରୋଗୀ