Masthead

ଦିନରେ ଖରା ଅପରାହ୍ନରେ କାଳବୈଶାଖି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସନ୍ତା ତିନି ଦିନ ତାପମାତ୍ରା ଆହୁରି ୩ ଡିଗ୍ରୀ ବଢ଼ିପାରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ଅନୁଭୂତ ହେବ । ଏଭଳି ସତର୍କ କରାଇଛି ପାଣିପାଗ ବିଭାଗ । ରବିବାର ରାଜଧାନୀ ସମେତ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ତାତି ୪୦ ଡିଗ୍ରୀ ପାର୍ ହୋଇଥିଲା । ଦିନ ୧୧ଟାରୁ ତତଲା ହାୱା ବହିଥିଲା । ହେଲେ ଅପରାହ୍ନରେ ପାଗ ବଦଳି ଯାଇଥିଲା । କଟକ, ଭୁବନେଶ୍ୱର, ପାରାଦୀପ, ବାଲେଶ୍ୱରରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି । ଜୋର୍ ପବନ ସହିତ ପ୍ରବଳ ବର୍ଷା ହୋଇଥିଲା ।

ତେବେ ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୪୧.୯ ଡିଗ୍ରୀ ଛୁଇଁଥିଲା । ଟିଟିଲାଗଡ଼ରେ ୪୧.୭, ଭବାନୀପାଟଣା ଓ ନୟାଗଡ଼ରେ ୪୧.୫, ତାଳଚେରରେ ୪୧, ବଲାଙ୍ଗୀରରେ ୪୦.୮, ସମ୍ବଲପୁରରେ ୪୦.୬, ସୋନପୁରରେ ୪୦.୬ ଡିଗ୍ରୀ ରେକର୍ଡ ହୋଇଥିଲା । ଆସନ୍ତା ୮ରୁ ୧୦ ତାରିଖ ଭିତରେ ଆକାଶରେ ମେଘର ପରିମାଣ ବଢ଼ିବ । ଗୁଳୁଗୁଳି ବି ବଢ଼ିବ । କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ପ୍ରକୋପ ଅଧିକ ହେବ । ତାପମାତ୍ରା ଧୀରେ ଧୀରେ କମିବ । ୧୦ରୁ ୧୩ ତାରିଖ ଭିତରେ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଅଧିକ । ୧୨ରୁ ୧୫ ତାରିଖ ସୁଦ୍ଧା ମୌସୁମୀ ପ୍ରଭାବରେ ବର୍ଷା ବଢ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଥରିଲା ଫିଲିପାଇନ୍ସ 🔴 ଦିନରେ ଖରା ଅପରାହ୍ନରେ କାଳବୈଶାଖି 🔴 ଇରାନ୍-ଇସ୍ରାଏଲ ମଧ୍ୟରେ ଆରପାର୍ ଲଢେଇ 🔴 ସ୍ୱର୍ଣ୍ଣ ଜିତିଲେ ଶ୍ରାବଣୀ । 🔴 ସତ ଖୋଲିବ ସୌମ୍ୟଙ୍କ ଡାଏରୀ! 🔴 ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ 🔴 ବଢ଼ିଲା ଘରୋଇ ଗ୍ୟାସ ଦର 🔴 ଅଦିନରେ ରଥଯାତ୍ରା ଆଉ ନାହିଁ ଛାଡ୍ । 🔴 ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ବାହୀ ଯନ୍ତ୍ରୀ 🔴 ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି 🔴 ଭୂମିକମ୍ପରେ ଥରିଲା ଫିଲିପାଇନ୍ସ 🔴 ଦିନରେ ଖରା ଅପରାହ୍ନରେ କାଳବୈଶାଖି 🔴 ଇରାନ୍-ଇସ୍ରାଏଲ ମଧ୍ୟରେ ଆରପାର୍ ଲଢେଇ 🔴 ସ୍ୱର୍ଣ୍ଣ ଜିତିଲେ ଶ୍ରାବଣୀ । 🔴 ସତ ଖୋଲିବ ସୌମ୍ୟଙ୍କ ଡାଏରୀ! 🔴 ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ 🔴 ବଢ଼ିଲା ଘରୋଇ ଗ୍ୟାସ ଦର 🔴 ଅଦିନରେ ରଥଯାତ୍ରା ଆଉ ନାହିଁ ଛାଡ୍ । 🔴 ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ବାହୀ ଯନ୍ତ୍ରୀ 🔴 ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି