ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଗୋଟେ ପଟେ ପ୍ରବଳ ଗରମ ସହ ମଝିରେ ମଝିରେ ଭିଷଣ ବର୍ଷା, ଏବେ ପୁରା ପରିବେଶକୁ ବିଗାଡିବାରେ ଲାଗିଛି । ଏହାରି ଭିତରେ ଭୟ ବଢାଉଛି ଜଣ୍ଡିସ୍ ରୋଗ । ବଡକୋଦଣ୍ଡାରେ ବ୍ୟାପୁଛି ଜଣ୍ଡିସ୍ ।ଗଞ୍ଜାମ ଜିଲ୍ଲା ଭଞ୍ଜ ନଗରର ବଡ କୋଦଣ୍ଡାରେ ଅନେକ ଲୋକ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପ୍ରାୟ ୪୦୦୦ ବିଶିଷ୍ଟ ଏହି ଗାଁର ଲୋକ ଏବେ ଜଣ୍ଡିସ୍ କବଳରେ । ଦୂଷିତ ପାଣି ଯୋଗୁ ଏହି ରୋଗ ବ୍ୟାପୁଛି ବୋଲି ସୂଚନା ମିଳିଛି । ପ୍ରଥମେ ଜ୍ୱର, ବାନ୍ତି ପରେ ବିଭିନ୍ନ ଅଙ୍ଗ ହଳଦିଆ ପଡିଯାଉଛି । ସବୁଠାରୁ ଚିନ୍ତା ଜନକ କଥା ହେଲା ଏହି ରୋଗ ଗାଁର ୧୫ବର୍ଷରୁ କମ୍ ପିଲାଙ୍କୁ ଅଧିକ ପ୍ରଭାବିତ କରୁଛି । ତେଣୁ ଭଞ୍ଜ ନଗରରେ ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଛନ୍ତି ଜନସ୍ୱାସ୍ଥ୍ୟ ଟିମ୍ । ସ୍ଥିତି ସମୀକ୍ଷା କରିବା ସହ ପରୀକ୍ଷା ପାଇଁ ପାଣିର ନମୁନା ପଠା ଯାଇଛି । ତେଣୁ ଜନସ୍ୱାସ୍ଥ୍ୟ ଟିମ୍ ସେଠାରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକୀୟ ପ୍ରାଥମିକ ସାମଗ୍ରୀ ବାଣ୍ଟିଛନ୍ତି ।
