ଜାଣନ୍ତି, ମାଓବାଦୀଙ୍କ ଶିବିରରୁ କ’ଣ ମିଳିଲା

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀଙ୍କ ସଂଗଠନ । ଯବାନମାନଙ୍କ ଜୋରଦାର କମ୍ବିଂ ଓ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ସ୍ଥାନୀୟ ଲୋକଙ୍କ ଆଗ୍ରହ ମାଓବାଦୀଙ୍କୁ ଦୁର୍ବଳ କରିବାରେ ଲାଗିଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ଆଜି ପୋଲିସକୁ ମିଳିଛି ବିପୁଳ ବିଷ୍ଫୋରକ ସାମଗ୍ରୀ । ଜୋଡାମ୍ବ ଥାନା ଅନ୍ତର୍ଗତ ଅଣ୍ଡ୍ରାପାଲ୍ଲି ଗାଁ ନିକଟସ୍ଥ ଅରାପଦର ଜଙ୍ଗଲରେ ଏସଓଜି, ଡିଭିଏଫ ଏବଂ ବିଏସଏଫ ବାହିନୀର ମିଳିତ କୁମ୍ବିଂ ଅପରେସନ ବେଳେ ଜବତ ହୋଇଛି ଏହି ସବୁ ବିଷ୍ଫୋରକ । ମାଓବାଦୀଙ୍କ ଆନ୍ଧ୍ର-ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର କ୍ୟାଡରମାନେ କିଛିଦିନ ଧରି ଅରାପଦର ଜଙ୍ଗଲରେ ଏକ କ୍ୟାମ୍ପ କରି ରହିଥିବା ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ସୂଚନା ଆଧାରରେ ଯବାନମାନେ ଆଜି ସକାଳେ ଅପରେସନ ଆରମ୍ଭ କରିଥିଲେ । ଯବନମାନଙ୍କୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଶିବିର ଯାଞ୍ଚ କଲାବେଳେ ଯବାନଙ୍କ ଆଖି ଖୋସି ହୋଇଯାଇଥିଲା । ସେଠାରେ ଥିଲା ୩.୩ ରାଇଫଲର ୯୩ଟି ଗୁଳି, ୫୫ଟି ୯ ଏମଏମ ପିସ୍ତଲର ଗୁଳି, ୧୩ ଟି ଇଲେକଟ୍ରନିକ ଡିଟୋନେଟର, ୧୪ ଟି ଲ୍ୟାଣ୍ଡମାଇନ ଓ କିଛି ନକ୍ସଲ ପ୍ରଚାରପତ୍ର । ସ୍ବାଭିମାନ ଅଞ୍ଚଳରେ ମାଓବାଦୀମାନେ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇବାର ଯୋଜନା କରୁଥିଲେ ବୋଲି ମାଲକାନଗିରି ଏସପି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!