ନୀତି ଆୟୋଗରେ ବଡ଼ ନିଷ୍ପତ୍ତି

ଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ଦିଲ୍ଲୀର ରାଷ୍ଟ୍ରପତି ଭବନରେ ୧୧ତମ ନୀତି ଆୟୋଗ ବୈଠକ ଅନୁଷ୍ଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଚାଲିଥିଲା । ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଆୟୋଗର ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ବୈଠକକୁ ଉଦବୋଧନ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତିି ଯେ, ସହଯୋଗ ସଂଘବାଦର ଭାବନାକୁ ନେଇ ଆମେ ସମସ୍ତେ ମିଶି ଭାରତର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିବା ପାଇଁ କାମ କରୁଛୁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସାମୁହିକ ପ୍ରୟାସ ବିକଶିତ ଭାରତର ସାମୁହିକ ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ । ବିଶ୍ୱ ବର୍ତ୍ତମାନ ଅସ୍ତିରତା ଦେଇ ଗତି କରୁଛି । ତଥାପି ଭାରତ ନିଜର ଆତ୍ମବିଶ୍ୱାସ ଓ ଦୃଢ ସଂକଳ୍ପ ସହିତ ନିଜର ଯାତ୍ରାକୁ ଆଗକୁ ନେଇ ଚାଲିଛି । ଭାରତ ବିକାଶ ଏବଂ ରପ୍ତାନୀ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ଉଦେ୍ଦଶ୍ୟରେ ଅନେକ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି କରିଛି ।

ଏହା ମଧ୍ୟ ମୋଦୀ କହିଛନ୍ତି, ଏହି ଚୁକ୍ତି ଗୁଡିକ ଆମର କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଏକ ବଡ ସୁଯୋଗ ସୃଷ୍ଟି କରିଛି । ଗୁଣାତ୍ମକ ଶିକ୍ଷା, ଚାହିଦା ଆଧାରିତ କୌଶଳ ବିକାଶ ଏବଂ ରୋଜଗାର ସୁଯୋଗ ମାଧ୍ୟମରେ ଯୁବପିଢି ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଆମର ପ୍ରାଥମିକତା ହେବା ଉଚିତ୍ । ସଶକ୍ତ ଓ ସକ୍ଷମ ଯୁବଶକ୍ତି ହିଁ ‘ବିକଶିତ ଭାରତ’ ଗଠନ ଦିଗରେ ଆମର ଯାତ୍ରାର ପ୍ରମୁଖ ଶକ୍ତି ହେବେ। ବିକଶିତ ଭାରତ ଗଠନରେ ମହିଳା ନେତୃତ୍ୱାଧିନ ଦ୍ୱାରା ବିକାଶ ବେଶ ଗିରିତ୍ୱପୂର୍ଣ୍ଣ । କୃଷି, ଷ୍ଟାର୍ଟଅପ୍, ବିଜ୍ଞାନ ଓ ନବସୃଜନ ସହିତ ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କ ବଢୁଥିବା ଭୂମିକାକୁ ପ୍ରସଶାଂ କରୁଛନ୍ତି । ନାରୀ ଶକ୍ତି ଦେଶର ଅଗ୍ରଗତି ଓ ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଅଟନ୍ତି । ମୋଦୀ ତାଙ୍କ ଅଭିଭାଷଣରେ ଜୋର ଦେଇ କହିଛନ୍ତି କି, ମହିଳାମାନଙ୍କୁ ସଶକ୍ତି କରିବା ଭାରତର ଲକ୍ଷ୍ୟ । ସମସ୍ତ ରାଜ୍ୟର ସରକାର ମାନଙ୍କୁ ମହିଳା ମାନଙ୍କ ଶିକ୍ଷା,ଦକ୍ଷତା ବିକାଶ, ସୁରକ୍ଷା ଓ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦେବା ସହ ମହିଳାମାନେ ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଦେବାକୁ ଆହ୍ୱାନ କରିଛନ୍ତି ପିଏମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!