Masthead

ନୀତି ଆୟୋଗରେ ବଡ଼ ନିଷ୍ପତ୍ତି

ଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ଦିଲ୍ଲୀର ରାଷ୍ଟ୍ରପତି ଭବନରେ ୧୧ତମ ନୀତି ଆୟୋଗ ବୈଠକ ଅନୁଷ୍ଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଚାଲିଥିଲା । ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଆୟୋଗର ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ବୈଠକକୁ ଉଦବୋଧନ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତିି ଯେ, ସହଯୋଗ ସଂଘବାଦର ଭାବନାକୁ ନେଇ ଆମେ ସମସ୍ତେ ମିଶି ଭାରତର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିବା ପାଇଁ କାମ କରୁଛୁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସାମୁହିକ ପ୍ରୟାସ ବିକଶିତ ଭାରତର ସାମୁହିକ ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ । ବିଶ୍ୱ ବର୍ତ୍ତମାନ ଅସ୍ତିରତା ଦେଇ ଗତି କରୁଛି । ତଥାପି ଭାରତ ନିଜର ଆତ୍ମବିଶ୍ୱାସ ଓ ଦୃଢ ସଂକଳ୍ପ ସହିତ ନିଜର ଯାତ୍ରାକୁ ଆଗକୁ ନେଇ ଚାଲିଛି । ଭାରତ ବିକାଶ ଏବଂ ରପ୍ତାନୀ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ଉଦେ୍ଦଶ୍ୟରେ ଅନେକ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି କରିଛି ।

ଏହା ମଧ୍ୟ ମୋଦୀ କହିଛନ୍ତି, ଏହି ଚୁକ୍ତି ଗୁଡିକ ଆମର କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଏକ ବଡ ସୁଯୋଗ ସୃଷ୍ଟି କରିଛି । ଗୁଣାତ୍ମକ ଶିକ୍ଷା, ଚାହିଦା ଆଧାରିତ କୌଶଳ ବିକାଶ ଏବଂ ରୋଜଗାର ସୁଯୋଗ ମାଧ୍ୟମରେ ଯୁବପିଢି ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଆମର ପ୍ରାଥମିକତା ହେବା ଉଚିତ୍ । ସଶକ୍ତ ଓ ସକ୍ଷମ ଯୁବଶକ୍ତି ହିଁ ‘ବିକଶିତ ଭାରତ’ ଗଠନ ଦିଗରେ ଆମର ଯାତ୍ରାର ପ୍ରମୁଖ ଶକ୍ତି ହେବେ। ବିକଶିତ ଭାରତ ଗଠନରେ ମହିଳା ନେତୃତ୍ୱାଧିନ ଦ୍ୱାରା ବିକାଶ ବେଶ ଗିରିତ୍ୱପୂର୍ଣ୍ଣ । କୃଷି, ଷ୍ଟାର୍ଟଅପ୍, ବିଜ୍ଞାନ ଓ ନବସୃଜନ ସହିତ ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କ ବଢୁଥିବା ଭୂମିକାକୁ ପ୍ରସଶାଂ କରୁଛନ୍ତି । ନାରୀ ଶକ୍ତି ଦେଶର ଅଗ୍ରଗତି ଓ ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଅଟନ୍ତି । ମୋଦୀ ତାଙ୍କ ଅଭିଭାଷଣରେ ଜୋର ଦେଇ କହିଛନ୍ତି କି, ମହିଳାମାନଙ୍କୁ ସଶକ୍ତି କରିବା ଭାରତର ଲକ୍ଷ୍ୟ । ସମସ୍ତ ରାଜ୍ୟର ସରକାର ମାନଙ୍କୁ ମହିଳା ମାନଙ୍କ ଶିକ୍ଷା,ଦକ୍ଷତା ବିକାଶ, ସୁରକ୍ଷା ଓ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦେବା ସହ ମହିଳାମାନେ ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଦେବାକୁ ଆହ୍ୱାନ କରିଛନ୍ତି ପିଏମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀତି ଆୟୋଗରେ ବଡ଼ ନିଷ୍ପତ୍ତି 🔴 ସୌମ୍ୟ ହତ୍ୟା ମାମଲା, ଆସିଲା ପୋଷ୍ଟମର୍ଟମ ରିର୍ପୋଟ୍ 🔴 ଭୁବନେଶ୍ୱରରେ ଟ୍ରେନ୍ ଦୁର୍ଘଟଣା, ସୁରକ୍ଷିତ ଅଛନ୍ତି ଯାତ୍ରୀ 🔴 ଓମାନ ଉପକୂଳରେ ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ 🔴 ପୁଣି ହର୍ମୁଜ୍ ପ୍ରଣାଳୀ ବନ୍ଦ କଲା ଇରାନ୍ 🔴 ଆସୁଛି ମୌସୁମୀ, ଆଶ୍ବସ୍ତି ପାଇବେ ଓଡ଼ିଶାବାସୀ 🔴 ବଡକୋଦଣ୍ଡାରେ କାମଳ ଭୟ 🔴 ଶାଶୁ ଏବଂ ଶ୍ୱଶୁରଙ୍କୁ ଜାଳିଦେଲା ଜ୍ୱାଇଁ 🔴 ଓମାନରୁ ଭାରତକୁ ପାଇପ ଯୋଗେ ଆସିବ ଗ୍ୟାସ୍! 🔴 ମିଳୁନି ପାଣି , ଗରା ବାଲଟିି ଧରି ରାସ୍ତାରେ ମହିଳା 🔴 ନୀତି ଆୟୋଗରେ ବଡ଼ ନିଷ୍ପତ୍ତି 🔴 ସୌମ୍ୟ ହତ୍ୟା ମାମଲା, ଆସିଲା ପୋଷ୍ଟମର୍ଟମ ରିର୍ପୋଟ୍ 🔴 ଭୁବନେଶ୍ୱରରେ ଟ୍ରେନ୍ ଦୁର୍ଘଟଣା, ସୁରକ୍ଷିତ ଅଛନ୍ତି ଯାତ୍ରୀ 🔴 ଓମାନ ଉପକୂଳରେ ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ 🔴 ପୁଣି ହର୍ମୁଜ୍ ପ୍ରଣାଳୀ ବନ୍ଦ କଲା ଇରାନ୍ 🔴 ଆସୁଛି ମୌସୁମୀ, ଆଶ୍ବସ୍ତି ପାଇବେ ଓଡ଼ିଶାବାସୀ 🔴 ବଡକୋଦଣ୍ଡାରେ କାମଳ ଭୟ 🔴 ଶାଶୁ ଏବଂ ଶ୍ୱଶୁରଙ୍କୁ ଜାଳିଦେଲା ଜ୍ୱାଇଁ 🔴 ଓମାନରୁ ଭାରତକୁ ପାଇପ ଯୋଗେ ଆସିବ ଗ୍ୟାସ୍! 🔴 ମିଳୁନି ପାଣି , ଗରା ବାଲଟିି ଧରି ରାସ୍ତାରେ ମହିଳା