ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) : ନିଟ୍ (ୟୁଜି) ୨୦୨୬ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଜାତୀୟ ପରୀକ୍ଷା ଏଜେନ୍ସି (NTA)ର ବଡ ଘୋଷଣା । ବଢିଲା ନିଟ୍ (ୟୁଜି)ର ସମୟ ଅବଧି । ନିଟ୍ ପରୀକ୍ଷାର୍ଥୀମାନଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍ ସମୟ । ସୂଚନା ଅନୁସାରେ ସମୟ ଅବଧି ୧୯୫ ମିନିଟ୍ କୁ ବୃଦ୍ଧି । ଗତ କିଛି ବର୍ଷର ପରିକ୍ଷାର୍ଥୀଙ୍କ ମତାମତକୁ ଆଧାର କରି NTA ଜୁନ୍ ୨୧ ତାରିଖରେ ଅପରାହ୍ନ ୨ଟାରୁ ୫ଟା୧୫ ମିନିଟ୍ ଯାଏଁ ହେବ ପରୀକ୍ଷା । NTA ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା , ନିଟ୍ ପ୍ରଶ୍ନପତ୍ର ବୁକ୍ଲିଟ ରଫ୍ କାମ ପାଇଁ ସ୍ଥାନ ବଢାଯିବ । ଏବେ ପରୀକ୍ଷାର୍ଥୀମାନେ ଦୁଇଟି ପୃଷ୍ଟା ପରିବର୍ତ୍ତେ ଚାରିଟି ରଫ୍ କାମ ପାଇଁ ପୃଷ୍ଠା ପାଇବେ । ପରୀକ୍ଷା ସମୟ ବଢେଇବାର ଉଦେ୍ଦଶ୍ୟ ହେଉଛି ପ୍ରଶାସନିକ କାର୍ଯ୍ୟକଳାପ କାରଣରୁ ପରୀକ୍ଷାର୍ଥୀମାନଙ୍କ ଲେଖିବା ସମୟ ନଷ୍ଟ ନ ହେଉ ଏବଂ ସେମାନେ ସମ୍ପୂର୍ଣ୍ଣ ଧ୍ୟାନ ସହିତ ପ୍ରଶ୍ନପତ୍ର ସମାଧାନ କରିପାରନ୍ତୁ ।
Next Post
ଆଗକୁ ପଢନ୍ତୁ
