Masthead

ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି । ଆଗକୁ ନବୀନ ନିବାସର ପଡିବ ପାଳି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ କମିଶନ ଫାଇଲ ଘାଏବ ଘଟଣାର ଚାଲିଛି ଛାନଭିନ୍ନ । ଗୃହ ବିଭାଗରୁ ଏହି ତଦନ୍ତ ଆରମ୍ଭ ହୋଇ ଏବେ ତୃତୀୟ ମହଲା ଠାରୁ ନେଇ ଦ୍ୱିତୀୟ ମହଲାରେ ଚଳାଇଛି ତଦନ୍ତ । ଘନଘନ ଜେରା ଘନଘନ ଖାନତଲାସି । ଅଧିକାରୀଙ୍କୁ ଚାଲିଛି ପଚରାଉଚରା । ପ୍ରକୃତରେ ଫାଇଲ ଗଲା କୁଆଡେ । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରେ ଆଜି ତଦନ୍ତ ସିଧାସଳଖ ପହଞ୍ଚିଛି । ସିଏସଙ୍କ ଗୋପନୀୟ ତଥ୍ୟ ବିଭାଗରେ ଖୋଳତାଡ କରିଛି ଏସଆଇଟି । ଘଣ୍ଟା ଘଣ୍ଟା ଧରି ଚାଲିଥିଲା ପଚରାଉଚରା । କେମିତି ଶେଷ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟଳୟରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯାଇଥିଲା ଫାଇଲ ତାହାର ହେଉଛି ତଦନ୍ତ । କିଏ ସେହି ଫାଇଲ ତୃତୀୟ ମହଲାକୁ ପଠାଇଥିଲା ଏବଂ କିଏ ସେହି ବାବୁ ସିଏମଓର ସେହି ଫାଇଲକୁ ରିସିଭ୍ କରିଥିଲେ ସେଦିଗରେ ଟିକ୍ ନିଖ୍ ଖୋଜିଛି ତଦନ୍ତକାରୀ ଦଳ । ଆଉ କାହିଁକି ପୂର୍ଣ୍ଣବାର ତାହା ଫେରିନାହିଁ ତାହା ମଧ୍ୟ ଜାଣିବାକୁ ଚାହିଁଛି ଟିମ୍ ।

ହୁଏତ ମୁଖ୍ୟ ଶାସନ ସଚିବଙ୍କ ଅନୁପସ୍ଥିତ କାରଣରୁ ଅଧରକ ତଦନ୍ତରେ ଅଗ୍ରଗତି କରିପାରିନାହାନ୍ତି ଅଧିକାରୀ କିନ୍ତୁ ନିଜର ତଦନ୍ତର ତିବ୍ରତା ବଢାଇଛନ୍ତି । ଗତକାଲି ବି ଏସଆଇଟି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରେ ନିଜର ତଦନ୍ତ କରିଥିଲା । ସିଏମଓର ବରିଷ୍ଟ ଅଧିକାରୀଙ୍କ ପଚରାଉଚରା କରିଥିବା ଜଣା ପଡିଛି । ଏମିତିକି ପାଖାପାଖୀ ପାଞ୍ଚଘଣ୍ଟାରୁ ଅଧିକ ସମୟ ଧରି ଖୋଳତାଡ କରିଥିଲେ । ଅନେକ ନଥିପତ୍ର ଯାଞ୍ଚ ସହ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତବିଜ ମଧ୍ୟ ସାଥିରେ ନେଇ ଯାଇଥିବା ଜଣାପଡିଛି । ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡର ନାଇଡୁ କମିଶନ ଏବଂ ସମ୍ ହସ୍ପିଟାଲ ପୋଡି ଘଟଣାର ଆରଡିସି ରିପୋର୍ଟ ଗାଏବ ଥିବା ନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଯାହାକୁ ଆଧାର କରି ଏସଆଇଟି ଗଠନ କରିଛନ୍ତି ସରକାର । ଆଉ ଏହାରି ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରୁ ହିଁ ଫାଇଲ ନୂଆ ସରକାରଙ୍କୁ ମିଳୁନାହିଁ ତେବେ ସେଥିପାଇଁ ଏସଆଇଟିର ତଦନ୍ତ ମଧ୍ୟ ତାଙ୍କ ନବିନ ନିବାସ ଯିବା ପାଇଁ ତାର ପ୍ରସ୍ତୁତି ଆରମ୍ଭ କରିଥିବା ଜଣା ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା