Masthead

ବିବାଦ ଭିତରେ ବଡ଼ ସଫଳତା ହାସଲ କଲେ ନିଟ୍ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିବାଦ ଭିତରେ ବଡ଼ ସଫଳତା ହାସଲ କରିଛି ନିଟ୍ । ପ୍ରକାଶ ପାଇଛି ନିଟ୍ ୟୁଜି ପରୀକ୍ଷା ଫଳ । ଦୀର୍ଘଦିନ ଧରି ନିଟ୍ ପରୀକ୍ଷା ଫଳାଫଳକୁ ଅପେକ୍ଷା କରିରହିଥିବା ଛାତ୍ରଛାତ୍ରୀଙ୍କୁ ମିଳିଛି ବଡ ଆଶ୍ୱସ୍ତି  । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବା ଏନ୍ଟିଏ (ରି-ନିଟ୍) ପକ୍ଷରୁ ଚଳିତ ବର୍ଷର ମେଡିକାଲ ପ୍ରବେଶିକା ପରୀକ୍ଷାରେ ଝିଅ ମାନେ କମାଲ କରିଛନ୍ତି । ଏହି ପରୀକ୍ଷାରେ ୨୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ମୋଟ ୫୬୫ଟି ସ୍ଥାନରେ ଥିବା ୫,୪୪୦ଟି କେନ୍ଦ୍ରରେ ପ୍ରାୟ ୨୦ଲକ୍ଷ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୧ଲକ୍ଷ ୨୧ ହଜାର ପରୀକ୍ଷାର୍ଥୀ ସଫଳତାର ସହ କ୍ୱାଲିଫାଏ କରିଛନ୍ତି । ୧୩ଟି ଭାଷାରେ ପରିଚାଳିତ ହୋଇଥିଲା ନିଟ୍ ପରୀକ୍ଷା ।

ଚଳିତ ବର୍ଷ ନିଟ୍ ପରୀକ୍ଷା ଫଳାଫଳ ଦିଗରେ ଛାତ୍ରୀ ମାନେ ଚତ୍ମକାର ପ୍ରଦର୍ଶନ କରିଛନ୍ତି । ଏନ୍ଟିଏ ତଥ୍ୟ ଅନୁସାରେ, ସଫଳ ପ୍ରାର୍ଥୀଙ୍କ ମଧ୍ୟରୁ ୫୮ ପ୍ରତିଶତ ଛାତ୍ରୀ ରହିଛନ୍ତି । ଛାତ୍ରମାନଙ୍କ ପାସ୍ ହାର ୫୫.୧ପ୍ରତିଶତ ରହିଛି । ଏମାନଙ୍କ ମଧ୍ୟରୁ ସର୍ବୋଚ୍ଚ ୭୨୦ ମାର୍କରୁ ୭୧୫ ମାର୍କ ରଖି ଦୁଇ ଜଣ ଯୁଗ୍ମ ଟପ୍ପର ହୋଇଛନ୍ତି । ପଞ୍ଜାବର ଆରିୟନ୍ ଗୁପ୍ତା ଓ ହରିୟାଣାର ପନସୁଲ ବଂଶଲ ଦେଶରେ ଶୀର୍ଷ ସ୍ଥାନରେ ରହିଛନ୍ତି । ନିଟ୍ ପରୀକ୍ଷାରେ ଓଡିଶାର ପ୍ରାୟ ୫୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୫ ହଜାର ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନେ ଦେଶର ବିଭିନ୍ନ ମେଡିକାଲ, ଡେଣ୍ଟାଲ, ଆୟୁଷ ଏବଂ ଆନୁଷାଙ୍ଗିକ ସ୍ନାତକ ପାଠକ୍ରମରେ ନାମ ଲେଖିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି