Masthead

୪ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼, ଥାନାରେ ଅଭିଯୋଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୪ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼ । ମାଡ଼ରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର । ହଷ୍ଟେଲର ଚାରିଜଣ ଛାତ୍ର ନ ଜଣାଇ ରଥ ଦେଖିବାକୁ ଯାଇଥିଲେ ବୋଲି ଅତି ନିର୍ଦୟ ଭାବେ ଛାତ୍ରଙ୍କୁ ପ୍ଲାଷ୍ଟିକ ପାଇପରେ ନିର୍ଘାତ ମାଡ଼ ମାରିଲେ ବିଦ୍ୟାଳୟର ଶିକ୍ଷୟିତ୍ରୀ। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କଲେ ୪ ଛାତ୍ର। ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ଗୁରୁକୁଳ ବିଦ୍ୟା ମନ୍ଦିରରୁ। ଏହି ବିଦ୍ୟାଳୟର ହଷ୍ଟେଲରେ ଥିବା ୪ ଜଣ ଛାତ୍ର ରଥ ଦେଖିବା ପାଇଁ ଯାଇଥିଲେ ବିଳମ୍ବରେ ହଷ୍ଟେଲକୁ ଫେରିବାରୁ ତାଙ୍କୁ ମାଡ଼ ମାରିଥିଲେ ଗୁରୁମା। ଏକ ପାଇପ ସାହାଯ୍ୟରେ ୪ ଜଣ ଛାତ୍ରଙ୍କୁ ନିର୍ଘାତ ମାଡ଼ ମାରିଥିଲେ । ପରେ ୪ ଛାତ୍ର ଉଦଳା ଥାନାରେ ଏହି ଘଟଣା ବାବଦରେ ଜଣାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର ହେବାରୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଛାତ୍ର ମାନଙ୍କ ପିଠିରେ ମାଡ଼ର ଗଭୀର ଚିହ୍ନ ରହିବା ସହିତ ଛାତିରେ ମଧ୍ୟ ମାଡ଼ ହୋଇଥିଲା। ସେପଟେ ଏ ବାବଦରେ ବିଦ୍ୟାଳୟ କର୍ତୃପକ୍ଷ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି