Masthead

ରାସ୍ତାରେ ହାତୀପଲ, ଲୋକେ ଛାନିଆ

ଜଗନ୍ନାଥପ୍ରସାଦ( ବଡ଼ ଖବର ବ୍ୟୁରୋ): ହାତୀପଲକୁ ଦେଖି ଲୋକେ ଛାନିଆ । ଗଞ୍ଜାମ ଜିଲ୍ଲା ବୁଗୁଡା ରେଞ୍ଜ ପଞ୍ଚଭୂତି-କୁମ୍ପାପଡା ଗ୍ରାମ୍ୟ ଜଙ୍ଗଲରେ ଆତଙ୍କ ମଚାଇ ଚାଲିଛନ୍ତି ୧୫ଟିକିଆ ହାତୀପଲ । ଶସ୍ୟ ଅମଳ ସମୟରେ ହାତୀପଲକୁ ଦେଖି ଲୋକେ ଆତଙ୍କିତ । ହାତୀପଲ ଦିନ ସାରା ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ଗାଁ ମୁହାଁ ହେଉଛନ୍ତି । ଗତ ରାତିରେ ୨୪ନଂ ରାଜ୍ୟ ରଜପଥ ଉପରକୁ ଚାଲି ଆସିଥିଲେ ହାତୀପଲ । କୁମ୍ପାପଡା ଗାଁମୁଣ୍ଡ କ୍ଷେତରେ ପଶି ନଷ୍ଟ କରିଛନ୍ତି ହାତୀପଲ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନ ବିଭାଗ ହାତୀପଲକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲା । ଗ୍ରାମବାସୀଙ୍କ ସହୟାତାରେ ଘଣ୍ଟଘଣ୍ଟା ମୃଦଙ୍ଗ ବଜାଇ ହାତୀ ଘଉଡା ପାଇଁ ଉଦ୍ୟମ କରିଥିଲେ ।
ଧାନ ପାଚି କଟା ହେବା ସମୟରେ ହାତୀପଲଙ୍କ ଆତଙ୍କ ଦେଖି ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଇ ହାତୀ ଗତିବିଧି ଉପରେ ନଜର ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ