Masthead

ଆସିପାରିଲଲାନି ଆମ୍ବୁଲାନ୍ସ , ଖଟିଆରେ ବୁହା ହେଲେ ରୋଗୀ

କାଶିପୁର (ବଡ଼ ଖବର ବ୍ୟୁରୋ):ଗାଁ ଗାଁରେ ତିଆରି ହେବ ପକ୍କା ସଡକ । ଲୋକେ ପାଇବେ ସୁବିଧା ଏମିତି ଲକ୍ଷ୍ୟ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ବାସ୍ତବ ସ୍ଥତି କିନ୍ତୁ କିଛି ଅଲଗା । ଗ୍ରାମକୁ ପକ୍କା ସଡକ ନଥିବାରୁ ୩ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଡାଜୋର ପଞ୍ଚାୟତ ଡାଳଗୁମ୍ମା ଗ୍ରାମରେ । ସୂଚନା ଅନୁଯାୟୀ ଡାଳଗୁମ୍ମା ଗ୍ରାମର ମେଲୁ ମାଝି ଗୁରୁବାର ସକାଳୁ ତେନ୍ତୁଳି ତୋଳିବା ପାଇଁ ଘର ପାଖ ଗଛରେ ଚଢିଥିଲେ । ଅସାବଧାନତା କାରଣରୁ ଗଛରୁ ପଡି ଯାଇଥିଲେ ମେଲୁ । ଫଳରେ ତାଙ୍କ ବାମ ଗୋଡ ଭାଙ୍ଗି ଯିବା ସହ ଶରୀର ଅନ୍ୟ ଅଙ୍ଗରେ ଗଭୀର ଆଘାତ ଲାଗିଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ମେଲଲୁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ କକରିଥିଲେ । ୪୦ କିଲୋମିଟର କାଶୀପୁରରୁ ଆସିଥିବା ଆମ୍ବୁଲାନ୍ସ କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ୩କିମି ଦୂରରେ ଅଟକି ଯାଇଥିଲା । ନାଦୀ ନାଳ ପାହାଡ ଅତିକ୍ରମ କରିପାରି ନଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ଆସିଥିବା ଡ୍ରାଇଭର ଓ ଫାର୍ମାସିଷ୍ଟ ଗାଁରେ ପହଁଚି ପରିବାର ଲୋକଙ୍କ ସହାୟତାରେ ଏକ ଭାରା କରି ମେଲୁଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇଥିଲେ । ତେବେ ଡାଳଗୁମ୍ମାବାସୀଙ୍କ ପାଇଁ ଏହା କିଛି ନୂଆଁ କଥା ନୁହେଁ । ରାସ୍ତା ନଥିବାରୁ ଏମିତି ଅନେକ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା