Masthead

ପାଣ୍ଡିଆନଙ୍କ କୋ ଟିମକୁ ପୋଲିସର ସମନ୍, ବନ୍ଧୁ ବାନ୍ଧି ଫସିଗଲେ…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଇନର କାଠଗଡ଼ାରେ ଠିଆ ହୋଇଛନ୍ତି ପାଣ୍ଡିଆନ । ଭୈରବଙ୍କ ପିଛା ଛାଡୁନି ବିବାଦ । କୋର୍ଟଙ୍କ ଠାରୁ ନେଇ ପୋଲିସରୁ ମିଳୁଛି ସମନ୍ । ଘନଘନ ହାଜର ହେବାକୁ ନିର୍ଦ୍ଦେଶ । ହେଲିକାପ୍ଟର ବୁଲା ମାମଲାରେ କୋର୍ଟରେ ପକ୍ଷ ରଖିଲେ ପାଣ୍ଡିଆନ । ୨୫ରେ କ୍ୟାପିଟାଲ ଥାନାରେ ସିଏମଓରୁ ଫାଇଲ ହଜିବା ଘଟଣାରେ ଭିକେଙ୍କୁ ହେବାକୁ ପଡିବ ହାଜର । ଖାଲି ସେ ନୁହନ୍ତି ତାଙ୍କ ଟିମରେ ରହି କାର୍ଯ୍ୟ କରୁଥିବା ପ୍ରତ୍ୟେକଟି ଅଫିସରଙ୍କ ଉପରେ ପୋଲିସର ପଡିଛି ଆଖି । ନବୀନଙ୍କ ଅଫିସର ଭିକେ ପାଣ୍ଡିଆନ, ମନୋଜ ମିଶ୍ର ଏବଂ ରାଜେଶ ବର୍ମାଙ୍କ ପରେ ଏବେ ହାଜର ହେବାକୁ ପୋଲିସର ସମନ୍ ପାଇଲେ ଉପେନ୍ଦ୍ର ନାଥ ବେହେରା । କ୍ୟାପିଟାଲ ଥାନା ପକ୍ଷରୁ ଆସନ୍ତା ୨୬ ତାରିଖରେ ହାଜର ପାଇଁ ଉପେନ୍ଦ୍ରଙ୍କ ନିକଟକୁ ଗଲା ନୋଟିସ । ଜୋନ୍-୧ ଏସ୍ପିଙ୍କ ନିକଟରେ ହାଜର ହେବାକୁ ରହିଛି ନିଦେ୍ର୍ଦଶ । ଖାଲି ଉପେନ୍ଦ୍ରଙ୍କୁ ନୁହେଁ ଦ୍ୱିତୀୟ ଥର ପାଇଁ ରାଜେଶ ବର୍ମାଙ୍କୁ ପୋଲିସ କଲା ସମନ୍ ।

ପ୍ରଥମ ସମନକୁ ହେ ଜ୍ଞାନ କରି ଆସିନଥିଲେ ରାଜେଶ । ଏବେ ୩୦ ତାରିଖ ସୁଦ୍ଧା ହାଜର ପାଇଁ ନୋଟିସ୍ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଦୁଇ ଦୁଇଟି କମିଶନ ଫାଇଲ ହଜିବାକୁ ନେଇ ପୋଲିସର ତଦନ୍ତର ତତôପରତା ଦେଖିଲେ ଲାଗୁଛି ଯେମିତି ମିଶନ ମୋଡରେ ପୋଲିସ ତାର ତଦନ୍ତ ଆଗେଇ ଚାଲିଛି । କାହିଁକି ନା ଏହି ଘଟଣା ଓଡ଼ିଶା ପୋଲିସକୁ ଦେଇପାରେ ବଡ଼ ସମ୍ମାନ । ଗୋଟେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ହଜାଇଦେଲା କମିଶନ ଫାଇଲ । ଆଉ ଗୋଟେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଫାଇଲ ଖୋଜିବା ପାଇଁ ଆରମ୍ଭ କରିଦେଇଛି ଉଦ୍ୟମ । ଲକ୍ଷ ଗୋଟେ ରହିଛି ଫାଇଲରେ ଦୋଷୀ ଯିଏବି ହୋଇଥିବ ତାହାକୁ ଦଣ୍ଡ ଦେବା । ସେଥିପାଇଁ ତ ଖୋଦ ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତକୁ ନିଜେ ତର୍ଜମା କରିଚାଲିଛନ୍ତି । ଯାହାକୁ ଗୁରୁତର ସହ ନେଇ ପୋଲିସ ଦିଲ୍ଲୀରୁ ନେଇ ଓଡ଼ିଶାରେ ଚଳାଇଛି ଛାନଭିନ୍ନ । ଯିଏ ଯିଏ ବି ଏହି ଫାଇଲ ସମ୍ବନ୍ଧରେ ଅବଗତ ଅଛନ୍ତି ତାଙ୍କ ନିକଟରେ ପହଞ୍ଚି ଗୋଟି ଗୋଟି ତଥ୍ୟ ଲୋଡିବାରେ ଲାଗିଛି । କେମିତି ଏହି ଘଟଣାର ପରଦାଫାର୍ସ କରି ରାଜ୍ୟବାସୀଙ୍କ ଆଶ୍ୱସ୍ତି ଦେବାର ଅଛି କି ତାଙ୍କ ରାଜ୍ୟର ମୁଖ୍ୟ ଦପ୍ତର ସୁରକ୍ଷା ସହ ସାଲିସ କରାଯିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋବଇଲ ପାଇଁ ଏତେ ବଡ଼ ନିଷ୍ପତ୍ତି… 🔴 ଧରାପଡ଼ିଗଲେ ପାଣ୍ଡିଆନ! ଜଣାପଡ଼ିବ ଅସଲ ରୂପ 🔴 ପାଣ୍ଡିଆନଙ୍କ କୋ ଟିମକୁ ପୋଲିସର ସମନ୍, ବନ୍ଧୁ ବାନ୍ଧି ଫସିଗଲେ… 🔴 ମହାପ୍ରଭୁ ଖାଇବେ ପୋଡପିଠା 🔴 ହେଡ୍ କନେଷ୍ଟବଳ ହତ୍ୟା ପରେ ବଡ ଆକ୍ସନ 🔴 ଶୋଇଥିବାବେଳେ ଲୁଟି ନେଲେ ଟଙ୍କା ସହ ଅଳଙ୍କାର 🔴 ନିଟ୍ ପେପର ଲିକ୍, ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ଶୁଣାଣି 🔴 ହସଖୁସିର ଯାତ୍ରା ହେଲା ଶେଷଯାତ୍ରା 🔴 ବସ୍‌କୁ ପିଟିଲା ହାଇୱା 🔴 ରାଜ୍ୟରେ ୨୮ ଯାଏଁ ବର୍ଷା 🔴 ମୋବଇଲ ପାଇଁ ଏତେ ବଡ଼ ନିଷ୍ପତ୍ତି… 🔴 ଧରାପଡ଼ିଗଲେ ପାଣ୍ଡିଆନ! ଜଣାପଡ଼ିବ ଅସଲ ରୂପ 🔴 ପାଣ୍ଡିଆନଙ୍କ କୋ ଟିମକୁ ପୋଲିସର ସମନ୍, ବନ୍ଧୁ ବାନ୍ଧି ଫସିଗଲେ… 🔴 ମହାପ୍ରଭୁ ଖାଇବେ ପୋଡପିଠା 🔴 ହେଡ୍ କନେଷ୍ଟବଳ ହତ୍ୟା ପରେ ବଡ ଆକ୍ସନ 🔴 ଶୋଇଥିବାବେଳେ ଲୁଟି ନେଲେ ଟଙ୍କା ସହ ଅଳଙ୍କାର 🔴 ନିଟ୍ ପେପର ଲିକ୍, ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ଶୁଣାଣି 🔴 ହସଖୁସିର ଯାତ୍ରା ହେଲା ଶେଷଯାତ୍ରା 🔴 ବସ୍‌କୁ ପିଟିଲା ହାଇୱା 🔴 ରାଜ୍ୟରେ ୨୮ ଯାଏଁ ବର୍ଷା