Masthead

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ରଙ୍କ ଇସ୍ତଫା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଦଳିଲା ଦେଶର ରାଜନୀତି । ଶେଷରେ କେନ୍ଦ୍ର ସରକାର ଛାତ୍ରଙ୍କ ଆନ୍ଦୋଳନକୁ ଜଣାଇଲେ ସମ୍ମାନ । ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିବାଦକୁ ଆସିଥିଲେ ଧର୍ମେନ୍ଦ୍ର । ସାରାଦେଶରେ ଚାଲି ଆସୁଛି ଛାତ୍ର ଆନ୍ଦୋଳନ । ଯାହାକୁ ସମ୍ମାନ ଦେଇ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଧର୍ମେନ୍ଦ୍ର ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି କି, ମୁଁ ଚାରି ଦଶନ୍ଧିରୁ ଅଧିକ ସମୟ ହେବ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାରେ ସଂସ୍କାର ପାଇଁ ଉସôର୍ଗୀକୃତ । ନିଟ୍ ପରୀକ୍ଷାରେ ତ୍ରୁଟି ପାଇଁ ମୁଁ ପ୍ରଥମରୁ ମୋ ମୁଣ୍ଡକୁ ନେଇଛି, କେବେ ପଛଘୁଞ୍ଚା ଦେଇନାହିଁ ।

ଛାତ୍ରଙ୍କ ଭବିଷ୍ୟତକୁ ମୁଁ କେବେ ବିପଦରେ ପକାଇବାକୁ ଦେବି ନାହିଁ । କୌଣସି ଛାତ୍ରଛାତ୍ରୀଙ୍କ ସହ ଅନ୍ୟାୟ ହେବାକୁ ନଦେବା ମୋର ଦୃଢ ନିଷ୍ପତ୍ତି । ମୋର ସର୍ବଦା ଗଣତନ୍ତ୍ର ଉପରେ ଅତୁଟ ବିଶ୍ୱାସ ରହିଛି । ମୁଁ ଦେଶର ଯୁବପିଢିଙ୍କୁ ଭ୍ରମିତ ହେବାକୁ ଦେବି ନାହିଁ । ଏହା ମୋର ସଂକଳ୍ପ । ଗଲା ୧୦ଦିନ ଧରି ଘଟି ଅସୁଥିବା ଘଟଣାବଳି ମୋତେ ଦୁଃଖିତ ଦେଇଛି । ମୁଁ ଚାହୁଁନାହିଁ ଏହା ଆଉ ଆଗକୁ ବଢୁ । ଜନ୍ତରମନ୍ତର ଏବଂ ଦେଶର ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ଇସ୍ତଫା ପ୍ରଦାନ କରୁଛି । ଦେଶ ବିରୋଧୀ ଶକ୍ତି ମାନେ ଏହାର ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି ।

ମୁଁ ମୋର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଇନର ଜଟିଳାତାକୁ ଯିବାକୁ ଦେବିନୀ କହିଛନ୍ତି ଧର୍ମେନ୍ଦ୍ର । ତେଣେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଥିବା ସିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଇସ୍ତଫା ପରେ ଖୁସି ଭରି ଯାଇଛି । ଶେଷରେ କକ୍ରୋଚ୍ ଜନତା ପାର୍ଟିର ହୋଇଛି ବିଜୟ । ୱାଙ୍ଗଚୁଙ୍ଗଙ୍କ ଅନଶନ ଫଳପ୍ରଦ ହୋଇଛି । ଯାହାକୁ ନେଇ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଠାରୁ ନେଇ ବିରୋଧୀ କହିଛନ୍ତି ଗଣତନ୍ତ୍ରର ବିଜୟ ହୋଇଛି । ଅନ୍ୟପଟେ ସିଜେପିର ଅନ୍ୟଦାବୀ ଉପରେ କେନ୍ଦ୍ର ସରକାର ଏକ ପ୍ରତିନିଧି ଦଳଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା