Masthead

ନୀଳକନ୍ଦରକୁ ଯିବେ ନୀଳମଣି

ପୁରୀ (ବଡ଼ ଖବର ବ୍ୟୁରୋ):  ରଥଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ । ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ । ରଥରୁ ଓହ୍ଲାଇ ରତ୍ନସିଂହାସନକୁ ବିଜେ କରିବେ ଶ୍ରୀଜିଉ । ସନ୍ଧ୍ୟା ଧୂପ ସରିବା ପରେ ଶ୍ରୀଜିଉଙ୍କ ପହଣ୍ଡି । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ ଅବସ୍ଥାନ କରୁଛନ୍ତି ମହାପ୍ରଭୁ। ରବିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରିିବିଜେକୁ ଅପେକ୍ଷା କରିଛନ୍ତି ଭକ୍ତ।

ସୋମବାର ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଶେଷ ହେବ। ସଂଖ୍ୟ ଭକ୍ତଙ୍କୁ ଛାଡ଼ି ଭଗବାନ ବଡ଼ଦେଉଳକୁ ଫେରିଯିବେ । ସିଂହଦ୍ୱାରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ଣ ୪ଟାରୁ ଠାକୁରଙ୍କ ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ ହେବ । ସପ୍ତମୂର୍ତ୍ତି ଗୋଟି ପହଣ୍ଡିରେ ଯାଇ ନିଜ ନିଜ ଆସ୍ଥାନରେ ବିଜେ ହେବେ । ଠାକୁରଙ୍କ ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ସରି ଅଖଣ୍ଡ ବଇଠା ବସିଥିବ । ଏପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଉପରେ ଠାକୁରଙ୍କ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ପହଣ୍ଡି ପ୍ରସ୍ତୁତି ହେବ । ରଥରେ ଚାରମାଳ ବନ୍ଧା ହେବ । ସିଂହାସନ ମାଜଣା ହେବ ।

ପୁଷ୍ପାଞ୍ଜଳି ଅର୍ପଣ ହୋଇ ବିଜେ କାହାଳି ବାଜିବ । ପରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । ପୁଷ୍ପାଳକ ସେବକମାନେ ପ୍ରଥମେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣଙ୍କୁ ଦକ୍ଷିଣଘରେ ବିଜେ କରାଇବେ । ପରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହେବ । ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେ ରାସ୍ତାରେ ବାଟ ଓଗାଳିବେ ମା’ଲକ୍ଷ୍ମୀ ସାଆନ୍ତାଣୀ । ପହଣ୍ଡି ସମୟରେ ସମ୍ପନ୍ନ ହେବ ନୀଳାଦ୍ରି ବିଜେର ବିଶେଷ ପର୍ବ ‘ଲକ୍ଷ୍ମୀ-ନାରାୟଣ କଳି’ । ଶ୍ରୀଜଗନ୍ନାଥ ରସଗୋଲା ଦେଇ ଧର୍ମପତ୍ନୀଙ୍କ ମନ ତୋଷିବେ । ନୀଳାଦ୍ରି ବିଜେରେ ଠାକୁରଙ୍କ ଏସବୁ ମାନବୀୟ ଲୀଳାଖେଳା ଦେଖି ଧନ୍ୟ ହେବେ ହଜାର ହଜାର ଭକ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ପ୍ରବଳ ବର୍ଷା, ଜଳମଗ୍ନ ପରିସ୍ଥିତି 🔴 ସୃଷ୍ଟି ହେଲା ଗଭୀର ଅବପାତ 🔴 ନୀଳକନ୍ଦରକୁ ଯିବେ ନୀଳମଣି 🔴 ତେଲ ଟ୍ୟାଙ୍କର-କାର ମୁହାଁମୁହିଁ ଧକ୍କା; ୧୦ ଫୁଟ ତଳକୁ ଖସିଲା କାର, ୬ ଗୁରୁତର 🔴 ତିର୍ତ୍ତୋଲରେ ପଶିଲା ବନ୍ୟା ଜଳ, ବଢ଼ିଲା ଲୋକଙ୍କ ଚିନ୍ତା 🔴 କାର୍ଗିଲର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ପ୍ରବଳ ବର୍ଷା, ଜଳମଗ୍ନ ପରିସ୍ଥିତି 🔴 ସୃଷ୍ଟି ହେଲା ଗଭୀର ଅବପାତ 🔴 ନୀଳକନ୍ଦରକୁ ଯିବେ ନୀଳମଣି 🔴 ତେଲ ଟ୍ୟାଙ୍କର-କାର ମୁହାଁମୁହିଁ ଧକ୍କା; ୧୦ ଫୁଟ ତଳକୁ ଖସିଲା କାର, ୬ ଗୁରୁତର 🔴 ତିର୍ତ୍ତୋଲରେ ପଶିଲା ବନ୍ୟା ଜଳ, ବଢ଼ିଲା ଲୋକଙ୍କ ଚିନ୍ତା 🔴 କାର୍ଗିଲର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି