Masthead

ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଫାଇଲ ଗାଏବ ଘଟଣା । କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ ଅଧିକାରୀ । ପୂର୍ବତନ ଆଇଏଏସ ରାଜେଶ ବର୍ମା ଏବଂ ଉପେନ୍ଦ୍ର ବେହେରା ଲେଖିଲେ ଚିଠି । ହାଜର ନହେବା ନେଇ ଚିଠି ଲେଖି ଜଣାଇଲେ ୨ ପୂର୍ବତନ ଆଇଏଏସ । ୬୦ ବର୍ଷରୁ ଅଧିକ ହୋଇଥିବାରୁ ବିଏନଏସରେ ନୋଟିସ ପାଇଁ ଜଣାଇଲେ । ବିଏନଏସର ୧୭୯/୯୪ ଦଫାରେ ସେମାନଙ୍କୁ ନୋଟିସ କରିବାକୁ ପଡ଼ିବ । ଥାନାକୁ ଯଦି ନଆସନ୍ତି ପୋଲିସ ସେମାନଙ୍କ ପାଖକୁ ଯିବ । କୌଣସି ଏକ ସୁବିଧା ସ୍ଥାନରେ ପୋଲିସ ପଚରାଉଚରା ପରିପାରିବ ।

ସେପଟେ ଫାଇଲ୍ ନିଖୋଜ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ନୂଆ ମାମଲା ରୁଜୁ କରିଛି। ଘଟଣାର ନିରପେକ୍ଷ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ତଦନ୍ତ ଭାର ଓଡ଼ିଶା କ୍ରାଇମବ୍ରାଞ୍ଚ, କଟକକୁ ହସ୍ତାନ୍ତର କରାଯାଇଛି। ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚ କଟକର ଉପ-ପୁଲିସ ଅଧିକ୍ଷକ ଆଶୁତୋଷ ମିଶ୍ରଙ୍କୁ ଦିଆଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ ମାମଲାର ତଦନ୍ତ ପ୍ରଗତିର ସମୀକ୍ଷା ଓ ପର୍ୟ୍ୟବେକ୍ଷଣ କରିବେ। ତଦନ୍ତ ଓ ଅଭିଯୋଗ ପରିଚାଳନା ସମ୍ବନ୍ଧୀୟ ସମସ୍ତ ଆଇନଗତ କ୍ଷମତା ସେମାନଙ୍କୁ ପ୍ରଦାନ କରାଯାଇଛି। ବର୍ତ୍ତମାନ ମାମଲାର ତଦନ୍ତ ଜାରି ରହିଛି।

ଏହି ମାମଲାରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ପୂର୍ବତନ ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସମେତ ଅନ୍ୟ ଦୁଇ ପୂର୍ବତନ ଆଇଏଏସ୍ ଅଧିକାରୀଙ୍କ ଭୂମିକା। ପୂର୍ବରୁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ଭି. କେ. ପାଣ୍ଡିଆନ, ରାଜେଶ ବର୍ମା ଏବଂ ଉପେନ୍ଦ୍ର ବେହେରା ହାଜର ହୋଇନଥିଲେ। ଏବେ କ୍ରାଇମବ୍ରାଞ୍ଚ ସେମାନଙ୍କୁ ପୁଣି ନୋଟିସ ପଠାଇବ କିମ୍ବା ସିଧାସଳଖ ପଚରାଉଚରା ପାଇଁ ଆଇନଗତ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ