ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ଭିତରେ ସାମାନ୍ୟ ଦୁର୍ବଳ ହୋଇ ଅବପାତ ରୂପ ନେବ ଲଘୁଚାପ । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ବୁଧବାର ରାତିରୁ ଗୁରୁବାର ସକାଳ ଭିତରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଗୁରୁବାର ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶୁକ୍ରବାରଠାରୁ ବର୍ଷା ପରିମାଣ ଆହୁରି କମିଯିବ । ତେବେ ବନ୍ୟା ଓ ଲଗାଣ ବର୍ଷା ସ୍ଥିତିକୁ ଦେଖି ଆଜି ବାଲେଶ୍ୱର, ଯାଜପୁର, ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି ।
ତେବେ ଗୁରୁବାର ଛତିଶଗଡ଼ର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୩୧ରେ ସେଠାରେ ବର୍ଷା କମିବ । କିନ୍ତୁ, ଅଗଷ୍ଟ ୧ରୁ ୪ ପର୍ଯ୍ୟନ୍ତ ବର୍ଷା ବଢ଼ିପାରେ ଛତିଶଗଡ଼ରେ । ମହାନଦୀ ଫୁଲୁଛି । ଜଳସ୍ତ ଗତ ୨୪ ଘଣ୍ଟାରେ ବରଗଡ଼ ବିଜେପୁରରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ହୋଇଛି । ୯ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି । ୪ ଜୁଲାଇ ପହିଲାରୁ ୨୯ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୬୨୩.୭ ମିମି ବର୍ଷା ହୋଇଛି । ସ୍ୱାଭାବିକ ବର୍ଷା ପରିମାଣ ହେଉଛି ୩୧୬.୫ ମିମି । ଅର୍ଥାତ୍ ସ୍ୱାଭାବିକଠାରୁ ୯୭% ଅଧିକ ବର୍ଷା ହୋଇଛି ।
