Masthead

ବଢିଲା ଚାମେଲିଙ୍କ ପାଇଁ ଅଡୁଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତିଖିରି ସରପଞ୍ଚଙ୍କ ଅନାସ୍ଥା ମାମଲାରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ବଢିଲା ଚାମେଲିଙ୍କ ଅଡୁଆ। କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚମେଲି ଓଝାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନେଇ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନିର୍ବାଚନ ପ୍ରକ୍ରିୟା ଜାରି ରହିବ, କିନ୍ତୁ ଏହାର ଫଳାଫଳ ଘୋଷଣା ଉପରେ ସ୍ଥଗିତାଦେଶ ଜାରି କରାଯାଇଛି। ଚାମେଲିଙ୍କ ବିରୋଧରେ ୨୨ ଜଣ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ତାଙ୍କ ନାଁରେ ଅନାସ୍ଥା ଆଣିଥିଲେ।

ସୂଚନା ଥାଉକି, ଗତ ଜୁନ ୧୧ରେ ମହାକାଳପଡ଼ା ବ୍ଲକ ଅଫିସରେ ଉନ୍ନୟନ କାର୍ୟ୍ୟ ଆଲୋଚନା ସମୟରେ କେତେକ ବ୍ୟକ୍ତି ଚାମେଲିଙ୍କୁ ବାଧା ଦେଇଥିଲେ ଓ ଧମକ ଦେଇଥିଲେ। ସେ ଭିଡିଓ ରେକର୍ଡ କରିବାରୁ ପୋଲିସ ଗାଡ଼ିରେ ମାଡ଼ ଖାଇଥିବା ଅଭିଯୋଗ ବି ହୋଇଥିଲା। ମହାକାଳପଡ଼ା ପୋଲିସ ତାଙ୍କୁ ଗିରଫ କରି ଏସ୍ଡିଜେଏମ କୋର୍ଟରେ ହାଜର କରାଇଥିଲା। ଜାମିନ ନାମଞ୍ଜୁର ହେବାରୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଯାଇଥିଲା।

ଅସୁସ୍ଥତା କାରଣରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଜୁନ ୧୭ରେ ତାଙ୍କୁ ଗୋଟିଏ ମାମଲାରେ ଜାମିନ ମିଳିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଅନାସ୍ଥା ପ୍ରସ୍ତାବ ନେଇ ଭୋଟିଂ ସହ ଅନ୍ୟାନ୍ୟ ନିର୍ବାଚନୀ ପ୍ରକ୍ରିୟା ଜାରି ରହିପାରିବ। ତେବେ କୋର୍ଟଙ୍କ ଅନୁମତି ବିନା ଭୋଟିଂର ଫଳାଫଳ ଘୋଷଣା କରାଯାଇପାରିବ ନାହିଁ।

ସୂଚନା ଅନୁସାରେ, ସରପଞ୍ଚ ଚମେଲି ଓଝାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ସେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି କୋର୍ଟ ଏହି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ତିଖିରି ପଞ୍ଚାୟତର ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟାକୁ ନେଇ ଏବେ ନୂଆ ମୋଡ଼ ଆସିଛି। ଆଗାମୀ ଶୁଣାଣି ପରେ ମାମଲାର ପରବର୍ତ୍ତୀ ସ୍ଥିତି ସ୍ପଷ୍ଟ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ