Masthead

ଅଙ୍ଗନଦୀରେ ପୋଲ ନିର୍ମାଣ ପାଇଁ ସର୍ଭେ

ପଦ୍ମପୁର (ବଡ ଖବର ବ୍ୟୁରୋ): ପଦ୍ମପୁର ଉପଖଣ୍ତ ଚର୍ଦାପାଲି ଓ ଲଖମରା ଅଙ୍ଗ ନଦୀ ଅବବାହିକା ଲୋକଙ୍କ ବାରମ୍ବାର ଅନଶନ, ଧର୍ମଘଟ, ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ। ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ୨୫ ତାରିଖ ଦିନ ଚର୍ଦାପାଲିଠାରେ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଅଙ୍ଗନଦୀରେ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଜି ପଦ୍ମପୁର ପୂର୍ତ୍ତ ବିଭାଗ ଓ ଅଙ୍ଗ ଡିଭିଜନର କାର୍ଯ୍ୟନିର୍ବାହୀ ଅଧିକାରୀ ସର୍ବେକ୍ଷଣ କର୍ମଚାରୀଙ୍କ ସହ ମିଶି ସର୍ଭେ କରିଛନ୍ତି। ଏହି ପୋଲ ନିର୍ମାଣ ହେଲେ ଛତିଶଗଡ଼ ସହ ବେପାର ବ।ଣିଜ୍ୟ ବୃଦ୍ଧି ପାଇବା ଆଶା ରହିଛି। ଏଥିସହ ପିଲାମାନଙ୍କ ପାଠପଢ଼ା, ରାଜସ୍ୱ ବୃଦ୍ଧି ପାଇବା ସହ ଛତିଶଗଡ଼ ସହ ପଦ୍ମପୁର ଉପଖଣ୍ତକୁ ଯୋଗାଯୋଗ ହୋଇପାରିବ । ତେବେ ଆଜିର ଏହି ସର୍ଭେ କେବଳ ନାମକୁ ମାତ୍ର ସର୍ଭେ ହୋଇ ରହିବ, କି ପୋଲ ନିର୍ମାଣ ହେବ ସେ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନେକ ଥର ପୋଲ ନିର୍ମାଣ ନାଁରେ ଅଧିକାରୀମାନେ ନଡ଼ିଆ ବାଡ଼େଇ ଦେଇ ପରବର୍ତ୍ତୀ ସମୟରେ ଦେଖାଦିଅନ୍ତି ନାହିଁ ବୋଲି ଲଖମରାବାସୀ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ