ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରା ମଙ୍ଗଳବାର କିଟ୍ ଓ କିସ୍ ପରିଦର୍ଶନ କରି ଫେରିଯାଇଛନ୍ତି । ସେ କିଟ୍ରା ସମସ୍ତ କ୍ୟାମ୍ପସ ବୁଲିବା ସହ ଓ କିସ୍ରର ସମସ୍ତ ୟୁନିଟ୍ ପରିଦର୍ଶନ କରିଥିଲେ। କିସ୍ ପରିଦର୍ଶନ କରି ସେ ଆଶ୍ଚର୍ଯ୍ୟ ହେବା ସହ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ କିସ୍ ଛାତ୍ରୀଙ୍କୁ ଆର୍ଶୀବଚନ ପ୍ରଦାନ କରି ସେ କହିଥିଲେ ସେ ଶିକ୍ଷା କ୍ଷେତ୍ରରେ ବହୁଦିନ ଧରି କାର୍ଯ୍ୟ କରିଆସୁଛନ୍ତି । ମଧ୍ୟ ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିସ୍ ଦେଶର ବହୁତ ବଡ଼ ଅନୁଷ୍ଠାନ।
ମୁଁ ଏଠାକୁ ଆସି ଏତେ ଆନନ୍ଦିତ ଯେ ଏହାକୁ ପରିପ୍ରକାଶ କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। କିସ୍ ହେଉଛି ସମସ୍ତ ତୀର୍ଥର ତୀର୍ଥତ୍ୱ ଓ ସବୁ ଦେବଙ୍କ ଦେବତ୍ୱ। କିଟ୍ ଓ କିସ୍ରସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଧାରାର ପ୍ରଶଂସା କରି ସେ କହିଥିଲେ, ଜଣେ ବ୍ୟକ୍ତିଙ୍କ ନିଷ୍ଠା ଓ ତପସ୍ୟାର ପ୍ରତିଫଳନ ହେଉଛି କିସ୍ । ତପସ୍ୟା କ’ଣ, ପରିଶ୍ରମ କ’ଣ, ନିଷ୍ଠା କ’ଣ ତାହା ଆଜି ମୁଁ ଏଠି ଦେଖିବାକୁ ପାଇଲି। କିସରେ ପିଲାମାନଙ୍କ ଶୃଙ୍ଖଳା ଓ ସଂସ୍କାର ଦେଖି ମୁଁ ଅନୁଭବ କରୁଛି ଏହା ହିଁ ହେଉଛି ପ୍ରକୃତ ଭାରତ ।
କିସର ଛାତ୍ରଛାତ୍ରୀମାନେ ଗର୍ବ ଅନୁଭବ କରିବା ଉଚିତ। କାରଣ ସେମାନେ ଏଠାରେ ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ୱାବଧାନରେ ରହି ଶିକ୍ଷାଲାଭ କରୁଛନ୍ତି। ଅନ୍ୟକୁ ପରାମର୍ଶ ଅପେକ୍ଷା ସାହାଯ୍ୟର ହାତ ବଢ଼ାଇବା ଉଚିତ ବୋଲି ସେ କହିଥିଲେ। ଏଠାରେ ପିଲାମାନଙ୍କୁ କେବଳ ସ୍ୱାଭିମାନୀ ହେବାକୁ ଶିକ୍ଷା ଦିଆଯାଉନାହିଁ, ତା ସହିତ ସ୍ୱାବଲମ୍ବୀ ହେବାକୁ ମଧ୍ୟ ଶିକ୍ଷା ଦିଆଯାଉଛି। ଜଣେ ସ୍ୱାବଲମ୍ବୀ ହେଲେ ସ୍ୱାଭିମାନୀ ହୋଇପାରିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିସ୍ କୁଳପତି ପ୍ରଫେସର ଶରଣଜିତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଅଶୋକ ପାଣ୍ଡେ ଅତିଥି ପରିଚୟ ପ୍ରଦାନ କରିଥିଲେ।
