Masthead

ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତର ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ‘ସେମିକନ୍ ଇଣ୍ଡିଆ ୨୦୨୬’। ନୂଆଦିଲ୍ଲୀ ସ୍ଥିତ ଯଶୋଭୂମିରେ ଆଜି ଏହି ତିନିଦିନିଆ ସମ୍ମିଳନୀ ଓ ପ୍ରଦର୍ଶନୀର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଥିବା କହିବା ସହ ଦେଶ ଏବେ ବିକାଶର ରାସ୍ତାରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ମୋଦି କହିଛନ୍ତି। ସେପ୍ଟେମ୍ବର ୧୭ରୁ ୧୯ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଆୟୋଜନରେ ସେମିକଣ୍ଡକ୍ଟର ଶିଳ୍ପ ସହ ଜଡ଼ିତ ବିଭିନ୍ନ ପ୍ରଯୁକ୍ତି, ଉତ୍ପାଦନ ଓ ଭବିଷ୍ୟତର ସମ୍ଭାବନା ଉପରେ ଆଲୋଚନା ହେବ। ଚଳିତ ବର୍ଷ ସମ୍ମିଳନୀର ମୁଖ୍ୟ ଥିମ୍‌ ରହିଛି— ‘Silicon to Systems: Building the Ecosystem’।

ସରକାରୀ ସୂଚନା ଅନୁସାରେ, ଏହି କାର୍ୟ୍ୟକ୍ରମରେ ୫୨ଟି ଦେଶର ପ୍ରତିନିଧି ଯୋଗଦେଉଛନ୍ତି । ୬୦୦ରୁ ଅଧିକ କମ୍ପାନୀ ଏଥିରେ ଅଂଶ ନେଉଥିବା ବେଳେ ପ୍ରାୟ ୫୦,୦୦୦ ଦର୍ଶକ ଆସିବା ଆଶା କରାଯାଉଛି । ଏହାସହ ୪୦୦ରୁ ଅଧିକ ଅଧିକାରୀ ଓ ୧୫୦ରୁ ଅଧିକ ବକ୍ତା ମଧ୍ୟ ସାମିଲ ହେଉଛନ୍ତି।ଯଶୋଭୂମିରେ ପ୍ରାୟ ୧୫,୦୦୦ ବର୍ଗମିଟର ଅଞ୍ଚଳରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏଥିରେ ୩୦୦ରୁ ଅଧିକ ଅନ୍ତର୍ଜାତୀୟ କମ୍ପାନୀ ସମେତ ୬୦୦ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରୁଛନ୍ତି।

ଏହା ମାଧ୍ୟମରେ ସେମିକଣ୍ଡକ୍ଟର ମାନୁଫାକ୍ଚରିଂଠାରୁ ଆରମ୍ଭ କରି ଡିଜାଇନ୍‌, ପ୍ୟାକେଜିଂ, ଇଲେକ୍ଟ୍ରୋନିକ୍ସ ଓ ସିଷ୍ଟମ୍‌ ପର୍ୟ୍ୟନ୍ତ ସମଗ୍ର ଭାଲ୍ୟୁ ଚେନ୍‌କୁ ପ୍ରଦର୍ଶିତ କରାଯାଉଛି।ଭାରତରେ ପ୍ରସ୍ତୁତ ହେଉଥିବା ଚିପ୍‌ ବିଶ୍ୱ ବଜାରରେ ପହଞ୍ଚୁଥିବା ବେଳେ ଦେଶରେ ଇଞ୍ଜିନିୟରିଂ ଟ୍ୟାଲେଣ୍ଟର ମଧ୍ୟ କୌଣସି ଅଭାବ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ମୋଦିଙ୍କ କହିବା ଅନୁଯାୟୀ, ଭାରତରେ ସେମିକଣ୍ଡକ୍ଟର ମିଶନର ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଛି। ଏହା ଅଧୀନରେ ଏପର୍ୟ୍ୟନ୍ତ ୧୨ଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିସହ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଆହୁରି ବିସ୍ତାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା!