Masthead

ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମନ୍ଦିରରେ ମୃତଦେହ ପୋତି ଫେରାର ଥିଲା ଅଭିଯୁକ୍ତ । ନେପାଳରୁ କୋଲକାତା, ଭିକାରୀ ବେଶରେ ଲୁଚି ବୁଲୁଥିଲା । ଶେଷରେ ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଗିରଫ । କୁଖ୍ୟାତ ଅଙ୍କିତ-ଇସରାର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମହନ୍ତ ବାବା ନରେଶନାଥଙ୍କୁ ବାଗପତ ପୋଲିସ କୋଲକାତାରୁ ଗିରଫ କରିଛି। ସୂଚନା ଅନୁସାରେ, ଅଭିଯୁକ୍ତଜଣକ ଦୁଇ ବନ୍ଧୁଙ୍କୁ ହତ୍ୟା କରି ସେମାନଙ୍କ ମୃତଦେହକୁ ମନ୍ଦିରରେ ପୋତି ଦେବା ପରେ, ଫେରାର ହୋଇଯାଇଥିଲେ ।

ଏହି ଘଟଣାଟି ସମଗ୍ର ବାଗପତର ଚାନ୍ଦିନୀନଗର ଥାନା ଅଞ୍ଚଳ ଲାହାଚୌରା ଗାଁର ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ସିଙ୍ଗୌଲି ତାଗା ଗାଁର ବାସିନ୍ଦା ଅଙ୍କିତ ଏବଂ ତାଙ୍କ ବନ୍ଧୁ ଇସରାର ଜୁଲାଇ ୨୫ ତାରିଖରେ ଘରୁ ବାହାରିଥିଲେ କିନ୍ତୁ ଆଉ ଫେରି ନଥିଲେ। ସେମାନଙ୍କ ପରିବାରର ଅଭିଯୋଗ ପରେ, ପୋଲିସ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା। ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସୁରାକ ଯାଞ୍ଚ କରି, ପୋଲିସର ସନ୍ଦେହ ଗଣେଶ ମନ୍ଦିର ପରିସରରେ ପଡ଼ିଥିଲା।

ଅଗଷ୍ଟ ୧୩ ତାରିଖରେ ମନ୍ଦିର ପରିସରରେ ଖନନ କରାଯାଇଥିଲା ଏବଂ ଦୁଇ ବନ୍ଧୁଙ୍କ ମୃତଦେହ ମାଟି ତଳୁ ଉଦ୍ଧାର କରାଯାଇଥିଲା। ମୃତଦେହଗୁଡ଼ିକୁ ଲୁଚାଇବା ପାଇଁ ଗାତ ଉପରେ ଟାଇଲ୍ ବିଛାଯାଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ଘଟଣାର ଜୋରଦାର ତଦନ୍ତ ପରେ ଶେଷରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ହେବା ପରେ ପୁଲିସର  ପଚରାଉଚରା ଜାରି ରହିଛି । ପଚରାଉଚରା ସମୟରେ ମୁଖ୍ୟ ଅଭିଯୁକ୍ତ ମହନ୍ତ ନରେଶନାଥ ଅଙ୍କିତଙ୍କ ଭଉଣୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ପୋଲିସକୁ କହିଥିବା ଜଣାପଡ଼ିଛି।

ଅଙ୍କିତ ଏହି ସମ୍ପର୍କ ବିଷୟରେ ଜାଣିବା ସହ ଉଭୟଙ୍କ କିଛି ଫଟୋ ନିଜ ପାଖରେ ରଖିଥିଲେ। ଏହି ଫଟୋକୁ ନେଇ ନରେଶନାଥଙ୍କ ଉପରେ ଚାପ ପକାଯାଉଥିବା ଏବଂ ଟଙ୍କା ଦାବି କରାଯାଉଥିବା ଅଭିଯୋଗ ରହିଛି। ବଦନାମ ହେବାର ଭୟରେ ନରେଶନାଥ ଅଙ୍କିତଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି।ଘଟଣା ଦିନ ଅଙ୍କିତ ଓ ଇସରାରଙ୍କୁ ନିଦ ବଟିକା ମିଶ୍ରିତ ଚା’ ପିଆଇଥିଲେ ନରେଶନାଥ। ଏହାପରେ ଉଭୟଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ ଇସରାର ଅଙ୍କିତଙ୍କ ସହ ଥିବାରୁ ସେ ମଧ୍ୟ ଏହି ଘଟଣାର ଶିକାର ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଉଭୟଙ୍କ ମୃତଦେହକୁ ମନ୍ଦିର ପରିସରରେ ପୋତି ଦିଆ ଯାଇଥିଲା । ପ୍ରାରମ୍ଭିକ ପୋଲିସ ତଦନ୍ତରେ ହତ୍ୟା ପଛରେ ପ୍ରେମ ସମ୍ପର୍କ ଏକ ପ୍ରମୁଖ କାରଣ ହୋଇଥାଇପାରେ ବୋଲି ଉଲ୍ଲେଖ କରାଯାଇଥିଲା।

ଡବଲ ମର୍ଡର ପରେ ନରେଶନାଥ ଘଟଣାସ୍ଥଳରୁ ଫେରାର ହୋଇ ପ୍ରଥମେ ହରିଦ୍ୱାର ଯାଇଥିବା ଜଣାପଡ଼ିଛି। ସେଠାରେ ଗଙ୍ଗାରେ ବୁଡ଼ ପକାଇବା ପରେ ନେପାଳ ପଳାଇଯାଇଥିଲେ । ତେବେ ନେପାଳରେ ବନ୍ୟା ପରିସ୍ଥିତି ପରେ ସେ ପୁଣି ଭାରତ ଫେରି କୋଲକାତାରେ ପହଞ୍ଚିଥିଲେ। ସେଠାରେ ନିଜର ପରିଚୟ ଲୁଚାଇବା ପାଇଁ ଭିକାରୀ ବେଶ ଧାରଣ କରି ଏକ ମନ୍ଦିର ବାହାରେ ରହୁଥିବା ପୋଲିସ ତଦନ୍ତରୁ ସୂଚନା ମିଳିଛି। ଅନ୍ୟପଟେ, ନରେଶନାଥଙ୍କ ଗତିବିଧି ଓ ଆଶ୍ରୟସ୍ଥଳ ଉପରେ ବାଗପତ ପୋଲିସ ନିରନ୍ତର ନଜର ରଖିଥିଲା। ଶେଷରେ ତାଙ୍କୁ କୋଲକାତାରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମାମଲାରେ ଆହୁରି କିଛି ତଥ୍ୟ ଜାଣିବା ପାଇଁ ପୋଲିସ ତାଙ୍କୁ ପଚରାଉଚରା କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ