Masthead

୫ ଦଫା ଦାବିରେ ଗୁଡାରି ବନ୍ଦ,  ୧୨ ଘଣ୍ଟିଆ ବନ୍ଦରେ ଜନଜୀବନ ପ୍ରଭାବିତ  

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୫ ଦଫା ଦାବି ନେଇ ଗୁଡାରି ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଗୁଡାରି ସହରବାସୀଙ୍କ ପକ୍ଷରୁ ଏହି ବନ୍ଦ ଡାକ ଦିଆଯାଇଥିଲା। ବନ୍ଦର ପ୍ରଭାବରେ ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବା ସହ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଗୁଡାରି ସହରର ପ୍ରବେଶ ପଥରେ ଥିବା ବଂଶଧାରା ବିଜୁ ସେତୁଠାରୁ ଶିରିଗୁଡା ଛକ ପର୍ୟ୍ୟନ୍ତ ରାସ୍ତା ନିର୍ମାଣ ଦାବି ଦୀର୍ଘଦିନ ଧରି ହୋଇଆସୁଛି। ଏଥିସହ ଗୁଡାରିରୁ ଭୁବନେଶ୍ୱର ଓ କଟକ ପର୍ୟ୍ୟନ୍ତ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ କରିବାକୁ ମଧ୍ୟ ସହରବାସୀ ଦାବି କରିଛନ୍ତି।

ସେହିପରି ଗୁଡାରିଠାରୁ ବିଷମ କଟକ ପର୍ୟ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ, ଗୁଡାରିକୁ ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ୍‌ ୱେ ଏବଂ ପାରଳାଖେମୁଣ୍ଡି-ଆମ୍ବାଭୋନା ୱେ ସହ ସଂଯୋଗ କରିବା ଭଳି ଦାବି ମଧ୍ୟ ରହିଛି। ଏହାବ୍ୟତୀତ ପଦ୍ମପୁର-ଗୁଡାରି-ରାଇବିଜ ରାସ୍ତାକୁ କନ୍ଧମାଳ ଜିଲ୍ଲାର କୋଟଗଡ଼ ପର୍ୟ୍ୟନ୍ତ ସମ୍ପ୍ରସାରଣ କରିବା ସହ ଏହି ରାସ୍ତାକୁ ରାଜ୍ୟ ରାଜପଥର ମାନ୍ୟତା ପ୍ରଦାନ କରିବାକୁ ସହରବାସୀ ଦାବି କରିଛନ୍ତି।

ସହରବାସୀଙ୍କ କହିବାନୁଯାୟୀ, ଏହି ସମସ୍ୟାଗୁଡ଼ିକୁ ନେଇ ପୂର୍ବରୁ ପ୍ରଶାସନ ନିକଟରେ ଅଭିଯୋଗ ଓ ଦାବି ଜଣାଇଥିଲେ। ହେଲେ ଦାବି ପୂରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିନଥିବା ଅଭିଯୋଗ କରିଛନ୍ତି ସହରବାସୀ। ଫଳରେ ବାଧ୍ୟ ହୋଇ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିବା ସେମାନେ କହିଛନ୍ତି। ଏହି ବନ୍ଦ ପାଳନକୁ ଗୁଡାରି ସହରର ବିଭିନ୍ନ ରାଜନୈତିକ ଦଳ ସମେତ ବଣିକ ସଂଘ ସମର୍ଥନ ଜଣାଇଛି। ୫ ଦଫା ଦାବି ପୂରଣ ନହେବା ପର୍ୟ୍ୟନ୍ତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ କି ନାହିଁ, ତାହା ଉପରେ ଏବେ ନଜର ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ୫ ଦଫା ଦାବିରେ ଗୁଡାରି ବନ୍ଦ,  ୧୨ ଘଣ୍ଟିଆ ବନ୍ଦରେ ଜନଜୀବନ ପ୍ରଭାବିତ   🔴 ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍‌ର ବଡ଼ ସଫଳତା 🔴 PEOଙ୍କ ଘରୁ ମିଳିଲାଣି ୨ଲକ୍ଷ ୯୮ ହଜାର ଟଙ୍କା 🔴 ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍, ୧୨୦୦ କେଜି ଗଞ୍ଜେଇ ଜବତ  🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ୫ ଦଫା ଦାବିରେ ଗୁଡାରି ବନ୍ଦ,  ୧୨ ଘଣ୍ଟିଆ ବନ୍ଦରେ ଜନଜୀବନ ପ୍ରଭାବିତ   🔴 ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍‌ର ବଡ଼ ସଫଳତା 🔴 PEOଙ୍କ ଘରୁ ମିଳିଲାଣି ୨ଲକ୍ଷ ୯୮ ହଜାର ଟଙ୍କା 🔴 ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍, ୧୨୦୦ କେଜି ଗଞ୍ଜେଇ ଜବତ  🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି