Masthead

ବରଗଡ଼ରେ ଗୋଧନ ଋଣ କେଳେଙ୍କାରୀ

ବରଗଡ଼ (ବଡ଼ ଖବର ବ୍ୟୁରୋ): ଗୁହାଳ ଚୋରି। କଥାଟା କାନକୁ ଅଡ଼ୁଆ ଲାଗୁଥିଲେ ହେଁ ନିରାଟ ସତ। ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବୀରମାଲ ପଞ୍ଚାୟତ ସାହାଜବାହଲ ଗ୍ରାମରେ । ଗାଈ ଓ ଗୁହାଳ ପାଇଁ ଋଣ ନାଁରେ ସମ୍ବଲପୁର ଜିଲ୍ଲା କୋ-ଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କରେ ହୋଇଛି ଲକ୍ଷାଧିକ ଟଙ୍କାର ଘୋଟାଲା।
ସରକାର ଗୋରୁ ପାଳନ ଏବଂ ସ୍ୱାବଲମ୍ବୀ ହେବା ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ଚାଷୀଙ୍କୁ ଗୁହାଳ ଓ ଦୁଧିଆଳି ଗାଈ କିଣିବାକୁ ଋଣ ପ୍ରଦାନ ବ୍ୟବସ୍ଥା କରିଛନ୍ତି । ମାତ୍ର କେତେକ ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ କର୍ମଚାରୀ ଓ ଦଲାଲଙ୍କ ସହାୟତାରେ ଉକ୍ତ ଋଣ ଅର୍ଥ ବାଟମାରଣା କରାଯାଉଛି। ଏହି ଗୋଧନ ଋଣ କେଳେଙ୍କାରୀରେ ସାମିଲ ହୋଇଛିି ଖୋଦ ସମ୍ବଲପୁର ଜିଲ୍ଲା କେନ୍ଦ୍ର କୋ-ଅପରେଟିଭ୍ ବ୍ୟାଙ୍କ। ବିନା ଗାଈ ଓ ବିନା ଗୁହାଳରେ ଉଠାଯାଇଛି ଲକ୍ଷ ଲକ୍ଷ ଟଙ୍କା ଋଣ। ତେଲିଆମୁଣ୍ଡରେ ତେଲ ନୀତିରେ ଗୁହାଳ ପାଇଁ ଆସିଥିବା ଅର୍ଥ ଥିଲାବାଲାଙ୍କୁ ମିଳିଛି, ନ ଥିଲା ବାଲାଙ୍କୁ ନାହିଁ।
ଏହି ଋଣ ପ୍ରଦାନ ସମୟରେ ଗୋଧନ ଚିକିତ୍ସାଳୟ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ବ୍ୟାଙ୍କ ତରଫରୁ ପ୍ରସ୍ତାବ ଯିବା କଥା। ପ୍ରସ୍ତାବ ମଞ୍ଜୁର ହେବାପରେ ଆବେଦନକାରୀ ଚାଷୀଙ୍କ ଭିତ୍ତିଭୂମି ତଦାରଖ ଲାଗି ଜଣେ ବରିଷ୍ଠ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ସନ୍ତୁଷ୍ଟ ହେବା ପରେ ଋଣ ମଞ୍ଜୁର ହେବା କଥା। ଋଣ ମଞ୍ଜୁର ପରେ ସମ୍ପୃକ୍ତ ହିତାଧିକାରୀ ଚାଷୀ ପ୍ରକୃତରେ ଗୁହାଳ ତିଆରି କରିଛନ୍ତି କି ନାହିଁ, ପ୍ରକୃତରେ ଗାଈ କିଣିଛନ୍ତି କି ନାହିଁ ସେକଥା ମଧ୍ୟ ଯାଞ୍ଚ କରାଯିବା କଥା। କାରଣ ଗାଈ କିଣିସାରିବା ପରେ ଗାଈମାନଙ୍କର ବୀମା କରାଯିବା ନିୟମ ରହିଛି। ଯଦି କୌଣସି କାରଣରୁ ଗାଈର ମୃତ୍ୟୁ କିମ୍ବା ରୋଗରେ ପୀଡ଼ିତ ହୁଅନ୍ତି ତେବେ ସମ୍ପୃକ୍ତ ବୀମା କମ୍ପାନୀ ଋଣ ଟଙ୍କା ପରିଶୋଧ କରିବା ନିୟମ ରହିଛି। ଏତେସବୁ ନିୟମକୁ ଆଖି ବୁଜିଦେଇ ବରଗଡ଼ ଜିଲ୍ଲାର ବାବେବିରା, ସରସରା, ଖୁଣ୍ଟପାଲି ଓ ସାହାଜବାହଲ ସମେତ ଅନେକ ଗ୍ରାମରେ ଗୋଧନ ଋଣ ମଞ୍ଜୁର କରାଯାଇଛି। ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି ଅଧିକାଂଶ ହିତାଧିକାରୀଙ୍କର ନା ଅଛି ଗୁହାଳ ନା ଅଛି ଗାଈ।
ବିନା ଗାଈ, ଗୁହାଳରେ କିପରି ଏତେ ଲୋକଙ୍କୁ ବ୍ୟାଙ୍କ ଗୋଧନ ଋଣ ପ୍ରଦାନ କଲା ତାହା ତଦନ୍ତ ସାପେକ୍ଷ। ଅନ୍ୟପଟେ ଅନେକ ଚାଷୀଙ୍କ ନାଁରେ ଯେତିକି ଟଙ୍କା ମଞ୍ଜୁର ହୋଇଛି ସେମାନେ ସେତିକି ଟଙ୍କା ପାଇ ନ ଥିବା ଜଣାପଡ଼ିଛି। ଏବେ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି ସମବାୟ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଗୁରୁକୃଷ୍ଣ ଦାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ