Masthead

ଯାଜପୁରର ୪୫ ମଣ୍ଡପରେ କାଳୀପୂଜା

ଯାଜପୁର (ବଡ଼ ଖବର ବ୍ୟୁରୋ): ଶନିବାର ଧରାପୃଷ୍ଠରେ ଅବତରଣ କରିବେ ମା’ କାଳୀ । ମା’ଙ୍କ ଆଗମନ ଲାଗି ଦିଲ୍ଲୀରୁ ପଲ୍ଲୀ ଚଳଚଞ୍ଚଳ ହୋଇଉଠିଛି । କରୋନା କଟକଣା ମଧ୍ୟରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ପୂଜା କରାଯିବ । ଯାଜପୁର ସହରର ୪୫ ମଣ୍ଡପରେ ପୂଜା କରାଯିବ । କରୋନା କଟକଣାକୁ ମାନି ଏହିସବୁ ମଣ୍ଡପରେ ପୂଜା କାର୍ଯ୍ୟ ପ୍ରସ୍ତୁତି ଚାଲିଛି ।

ପ୍ରତ୍ୟେକ ମୁର୍ତ୍ତିର ଉଚତା ୪ଫୁଟ ଭିତରେ ସୀମିତ ରହିଥିବା ବେଳେ ବିନା ଭକ୍ତ ଓ ସାଜସଜ୍ଜାରେ କରାଯିବ ପୂଜା। ସେଥିଲାଗି କାରିଗର ମୁର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ଲାଗିଛନ୍ତି। ମହାମାରୀ କରୋନାକୁ ପ୍ରତିହତ କରି ସହରକୁ କରୋନା ମୁକ୍ତ କରିବାକୁ ଚଳିତବର୍ଷ ୩ ଦିନ ପୁଜା ଓ ଗୋଟିଏ ଦିନ ଭସାଣ ଉତ୍ସବକୁ ନିରାଡ଼ମ୍ବରରେ ପାଳିବାକୁ ସମସ୍ତ ପୂଜା କମିଟିକୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ।

ଚଳିତବର୍ଷ ୭ ଦିନ ପରିବର୍ତ୍ତେ ୩ ଦିନ ମଣ୍ଡପରେ ପୂଜା ପାଇବେ ମା’ କାଳୀ। ୧୪ରେ ପୂଜା ଆରମ୍ଭ ହେଉଥିବା ବେଳେ ୧୭ରେ ହେବ ଭସାଣି । ଦେବୀଗଡ଼ା ଘାଟରେ ପ୍ରଦୂଷଣ ମୁକ୍ତ ଅସ୍ଥାୟୀ ଘାଟ ପ୍ରସ୍ତୁତ ହୋଇଛି । ଏଠାରେ ମା’ଙ୍କ ବିସର୍ଜନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ