Masthead

ଅଫିସରେ ଝୁଲୁଛି ତାଲା

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର କୋଠପଦାଠାରେ ଥିବା ଉଠା ଜଳସେଚନ ଅଫିସରେ ଦୀର୍ଘଦିନ ହେବ ତାଲା ଝୁଲୁଛି। ଏହି ବ୍ଲକରେ ୩୭ଟି ପଞ୍ଚାୟତର ଚାଷୀମାନେ ଏହି ଅଫିସ ଉପରେ ନିର୍ଭର କରନ୍ତି। ଅନେକ କୃଷକ ପାଣି ସମସ୍ୟା ନେଇ ସରକାରୀ ଅଫିସକୁ ଅଭିଯୋଗ ନେଇ ଆସୁଛନ୍ତି। ହେଲେ ନିରାଶ ହୋଇ ଫେରୁଛନ୍ତି। ନା ଅଫିସ ଖୋଲା ରହୁଛି, ନା ସରକାରୀ ବାବୁଙ୍କ ଦର୍ଶନ ମିଳୁଛି । ଚାଷକାର୍ଯ୍ୟ ପାଇଁ ପରାମର୍ଶ ନେବାକୁ ଆସୁଛନ୍ତି, ହେଲେ ନିରାଶ ହୋଇ ଫେରିବାକୁ ପଡୁଛି ଚାଷୀମାନଙ୍କୁ। ଚାଷୀଙ୍କ ପ୍ରତି ସରକାରଙ୍କ କୌଣସି ନିଘା ନାହିଁ। ୧୯୭୭ରେ ଏହି ଜଳସେଚନ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା। ହେଲେ ଭାରପ୍ରାପ୍ତ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ବେହେରା ଦୀର୍ଘଦିନ ହେବ ଅଫିସ ଆସୁ ନ ଥିବା ଅଭିଯୋଗ ଆସିଛି। ସମ୍ପ୍ରତି ୫୦ରୁ ଅଧିକ ଜଳସେଚନ ଅଚଳ ହୋଇ ପଡ଼ିଥିବାରୁ ଅନେକ ଚାଷୀ ପନିପରିବା ଓ ଧାନଚାଷ ପାଇଁ ସମସ୍ୟା ଭୋଗୁଛନ୍ତି। ଏ ନେଇ ଚାଷୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳି ପାରିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ