Masthead

ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡହଡହ ଖରାରେ ଅତିଷ୍ଠ ଲୋକେ । ଅକ୍ଟୋବରର ଦିନ ତାପମାତ୍ରା ରେକର୍ଡ ପରେ ରେକର୍ଡ ଅତିକ୍ରମ କରୁଛି ।  ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା  ଦେଖିବାକୁ ମିଳିଛି ।  ଅକ୍ଟୋବର ମାସରେ ପୁରୀ ସହର ତାପମାତ୍ରା ୩୬.୬°C  ।  ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀ ସହରର ଦିନ ତାପମାତ୍ରା । ଅକ୍ଟୋବର ମାସ ଇତିହାସରେ ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା  ।  ପୂର୍ବରୁ ଦ୍ଵିତୀୟ ସର୍ବାଧିକ ତାପମାତ୍ରା ୪ ଅକ୍ଟୋବର ୨୦୨୪ରେ ଥିଲା  ।  ୪ ଅକ୍ଟୋବର ୨୦୨୪ରେ ୩୬.୩°C ରେକର୍ଡ ହୋଇଥିଲା । 

 ୧୮୯୬ ମସିହାରୁ ସଂଗୃହୀତ ପାଣିପାଗ ତଥ୍ୟକୁ ଆଧାର କରି ଏହି ରେକର୍ଡ ସାମ୍ନାକୁ ଆସିଛି । ଏହା ପୂର୍ବରୁ ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା ଭାବେ ୪ ଅକ୍ଟୋବର ୨୦୨୪ରେ ୩୬.୩ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଥିଲା। ତେବେ ଗତକାଲିର ୩୬.୬ ଡିଗ୍ରି ତାପମାତ୍ରା, ସେହି ରେକର୍ଡକୁ ଟପିଯାଇଛି ।  ଅକ୍ଟୋବର ମାସରେ ସାଧାରଣତଃ ମୌସୁମୀ ପ୍ରଭାବ ହ୍ରାସ ପାଇବା ସହ ପାଣିପାଗରେ ପରିବର୍ତ୍ତନ ଦେଖାଯାଏ । କିନ୍ତୁ ଚଳିତ ବର୍ଷ ପୁରୀରେ ତାପମାତ୍ରାର ଏଭଳି ବୃଦ୍ଧି ସହରବାସୀଙ୍କୁ ଚିନ୍ତାରେ ପକାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର