Masthead

ପିଣ୍ଡଦାନ ପରମ୍ପରା ଉପରେ ଲାଗିଲା ରୋକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ସମୟରେ ଫିକା ପଡ଼ିଛି ପର୍ବପର୍ବାଣି । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଚଳିତବର୍ଷ କଟକଣା ଭିତରେ ପାଳନ କରାଯାଉଛି ସମସ୍ତ ପାରମ୍ପରିକ ପର୍ବ । ଚଳିତବର୍ଷ ଦୀପାବଳିରେ ବାଣ ଫୁଟାଇବାକୁ ପୂର୍ବରୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା । ଆଜି ଏକାମ୍ର କ୍ଷେତ୍ରରେ ପିଣ୍ଡଦାନ ପରମ୍ପରା ଉପରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ରୋକ ଲଗାଇଛି ।

ଜାରି କରାଯାଇଥିବା ନିୟମାବଳୀରେ ସ୍ପଷ୍ଟ ଉଲ୍ଲେଖ ରହିଛି ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ପ୍ରାଙ୍ଗଣ ଓ ବିନ୍ଦୁସାଗର ପୋଖରୀରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ଅନୁମତି ମିଳିବ ନାହିଁ । ଓଡ଼ିଆ ପରମ୍ପରା ଅନୁଯାୟୀ ଦୀପାବଳି ଦିନ ପିତୃପୁରୁଷଙ୍କ ପାଇଁ ପୟା ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ । ମାତ୍ର କରୋନା କଟକଣା ହେତୁ ଏହାକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । ନିଜ ଘରେ ରହି ଏହି ପରମ୍ପରା ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଅନୁସାରେ ସାମାଜିକ ଦୂରତା ବଜାୟ ରଖି ଏହି ପରମ୍ପରା କରିହେବ । ଅନ୍ୟପଟେ ତୀର୍ଥ ସ୍ଥାନ ବା ପୁଷ୍କରିଣୀରେ ପିଣ୍ଡଦାନ ଉପରେ ରୋକ ଲଗାଯିବା ନିଷ୍ପତ୍ତିକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା