Masthead

ସହାୟତା ଅପେକ୍ଷାରେ କୁନିରାଣୀ

ସାହାରପଡ଼ା (ବଡ଼ ଖବର ବ୍ୟୁରୋ): ସରକାର ଗରିବ ଲୋକଙ୍କୁ ଆବାସ ଗୃହ ଯୋଗାଇ ଦେଉଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ଅବହେଳା ଯୋଗୁ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ରାଇଡିହା ପଞ୍ଚାୟତ ଭାଲୁଘର ସାହିର କୁନିରାଣୀ ନାଏକଙ୍କ କ୍ଷେତ୍ରରେ । ପାଞ୍ଚ ବର୍ଷ ପୂର୍ବେ କୁନିରାଣୀ ତାଙ୍କ ସ୍ୱାମୀଙ୍କୁ ହରାଇଛନ୍ତି । କିନ୍ତୁ ତାଙ୍କୁ ଏ ପର୍ଯ୍ୟନ୍ତ ନା ମିଳିଛି ଭତ୍ତା ନା ପ୍ରଧାନମନ୍ତ୍ରୀ ଆବାସ । କୁନିରାଣୀଙ୍କ ପରିବାର କହିଲେ ଗୋଟିଏ ଝିଅ । ସେମାନେ ଏକ ମାଟି ଘରେ ରହୁଥିଲେ । ଲଗାଣ ବର୍ଷାରେ ଘର ଭାଙ୍ଗିଯିବାରୁ କୁନିରାଣୀ ଏବଂ ତାଙ୍କ ଝିଅ ପର ଘରେ ଆଶ୍ରୟ ନେଇଛନ୍ତି । କୁନିରାଣୀ ଏ ବିଷୟରେ ବହୁବାର ସରପଞ୍ଚ ଏବଂ ବିଡିିଓଙ୍କୁ ଗୁହାରି କରିଛନ୍ତି । ହେଲେ ତାଙ୍କ କଥା କେହି ଶୁଣୁନାହାନ୍ତି ବୋଲି ମୋହଭରା କଣ୍ଠରେ କହିଛନ୍ତି । ସରକାରୀ ଯୋଜନା କାହା ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି? କୁନିରାଣୀଙ୍କୁ କେବେ ସରକାରୀ ସହାୟତା ମିଳୁଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ