ପାକିସ୍ତାନକୁ ପୁଣି ଝଟକା

(ବଡ଼ ଖବର ବ୍ୟୁରୋ):    ପାକିସ୍ତାନକୁ ପୁଣି ଝଟକା । ଆତଙ୍କବାଦୀଙ୍କ ଫଣ୍ଡିଂ ଉପରେ ନଜର ରଖୁଥିବା ଏଫଏଟିଏଫ ପାକିସ୍ତାନକୁ ପୁଣି ଗ୍ରେ ଲିଷ୍ଟରେ ରଖିଛି । ଏଫଏଟିଏଫର ନିୟମକୁ ପାକିସ୍ତାନ ମାନିବାରେ ବିଫଳ ହେବାରୁ ୨୦୧୮ ରୁ ଏହି ତାଲିକାରେ ରହିଛି । ତେବେ ମୁଳ କଥା ହେଲା ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିବା ପାକିସ୍ତାନର ଅର୍ଥନୀତି ପ୍ରତି ବଡ ବିପଦ ପାଲଟିପାରେ । ସେପଟେ ତୁର୍କୀ ମଧ୍ୟ ଏଫଏଟିଏଫର ଗ୍ରେ ଲିଷ୍ଟରେ ପ୍ରଥମ ଥର ପାଇଁ ସାମିଲ୍ ହୋଇଛି ।

ପାକିସ୍ତାନର ଅର୍ଥନୀତି ଏବେ ଖୁବ ଖରାପ ସମୟ ଦେଇ ଗତି କରୁଛି । ଏପରିକି ଦେଶ ଚଳାଇବାକୁ ଇମ୍ରାନ ଖାନ ସରକାରକୁ ବିଦେଶୀ ଋଣ ଉପରେ ନିର୍ଭର କରିବାକୁ ପଡୁଛି । କିନ୍ତୁ ଏବେ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିବା ପରେ ଅନ୍ତର୍ଜାତୀୟ ସହାୟତା ମିଳିବା ଖୁବ କଷ୍ଟକର ହୋଇଯିବ । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମଏଫ ସହ ଚାଲିଥିବା ପାକିସ୍ତାନର ଆଲୋଚନା ମଧ୍ୟ ଅନିଶ୍ଚିତତା ଘେରକୁ ଚାଲି ଯାଇଛି ।

ଅନ୍ୟପକ୍ଷରେ, ଇମ୍ରାନ୍ ଖାନ୍ ଅନ୍ୟ ଦେଶରୁ ପାଇଥିବା ଉପହାରଗୁଡ଼ିକୁ ବିକ୍ରି କରିଥିବା ବିଏମ୍‌ଏଲ୍‌-ଏନ୍‌ ଉପାଧ୍ୟକ୍ଷ ମର୍‌ୟାମ ନୱାଜ ଉର୍ଦ୍ଦୁରେ ଟ୍ବିଟ୍ କରିଛନ୍ତି । ଇମ୍ରାନ୍‌ଙ୍କୁ ଏକ ଗଲ୍ଫ ଦେଶର ରାଜକୁମାର ଦାମୀ ଘଣ୍ଟା ଉପହାର ଦେଇଥିଲେ । କିନ୍ତୁ ଇମ୍ରାନ୍ ସେହି ଉପହାରକୁ ତାଙ୍କର ଜଣେ ସହଯୋଗୀଙ୍କ ଦ୍ବାରା ୧ ନିୟୁତ ଡଲାରରେ ବିଦେଶରେ ବିକି ସେହି ଟଙ୍କା ନେଇଯାଇଛନ୍ତି । ଏ ଖବର ରାଜକୁମାରଙ୍କ ପାଖରେ ପହଞ୍ଚିଥିବାର ମଧ୍ୟ ଖବର ମିଳିଛି । ଏହା ଦ୍ବାରା ଇମ୍ରାନ୍ ପାକିସ୍ତାନର ନାଁ ପକାଇଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଇସଲାମାବାଦ ହାଇକୋର୍ଟରେ ଯାଇ ମାମଲା ପହଞ୍ଚିଛି । ଇମ୍ରାନ୍ ବିଦେଶରୁ ପାଇଥିବା ଉପହାରଗୁଡ଼ିକର ବର୍ଗୀକରଣ କରାଯାଉ ଓ ସେଗୁଡ଼ିକର ତାଲିକା ପ୍ରକାଶ ପାଉ ବୋଲି ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!