Masthead

ପାକିସ୍ତାନକୁ ପୁଣି ଝଟକା

(ବଡ଼ ଖବର ବ୍ୟୁରୋ):    ପାକିସ୍ତାନକୁ ପୁଣି ଝଟକା । ଆତଙ୍କବାଦୀଙ୍କ ଫଣ୍ଡିଂ ଉପରେ ନଜର ରଖୁଥିବା ଏଫଏଟିଏଫ ପାକିସ୍ତାନକୁ ପୁଣି ଗ୍ରେ ଲିଷ୍ଟରେ ରଖିଛି । ଏଫଏଟିଏଫର ନିୟମକୁ ପାକିସ୍ତାନ ମାନିବାରେ ବିଫଳ ହେବାରୁ ୨୦୧୮ ରୁ ଏହି ତାଲିକାରେ ରହିଛି । ତେବେ ମୁଳ କଥା ହେଲା ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିବା ପାକିସ୍ତାନର ଅର୍ଥନୀତି ପ୍ରତି ବଡ ବିପଦ ପାଲଟିପାରେ । ସେପଟେ ତୁର୍କୀ ମଧ୍ୟ ଏଫଏଟିଏଫର ଗ୍ରେ ଲିଷ୍ଟରେ ପ୍ରଥମ ଥର ପାଇଁ ସାମିଲ୍ ହୋଇଛି ।

ପାକିସ୍ତାନର ଅର୍ଥନୀତି ଏବେ ଖୁବ ଖରାପ ସମୟ ଦେଇ ଗତି କରୁଛି । ଏପରିକି ଦେଶ ଚଳାଇବାକୁ ଇମ୍ରାନ ଖାନ ସରକାରକୁ ବିଦେଶୀ ଋଣ ଉପରେ ନିର୍ଭର କରିବାକୁ ପଡୁଛି । କିନ୍ତୁ ଏବେ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିବା ପରେ ଅନ୍ତର୍ଜାତୀୟ ସହାୟତା ମିଳିବା ଖୁବ କଷ୍ଟକର ହୋଇଯିବ । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମଏଫ ସହ ଚାଲିଥିବା ପାକିସ୍ତାନର ଆଲୋଚନା ମଧ୍ୟ ଅନିଶ୍ଚିତତା ଘେରକୁ ଚାଲି ଯାଇଛି ।

ଅନ୍ୟପକ୍ଷରେ, ଇମ୍ରାନ୍ ଖାନ୍ ଅନ୍ୟ ଦେଶରୁ ପାଇଥିବା ଉପହାରଗୁଡ଼ିକୁ ବିକ୍ରି କରିଥିବା ବିଏମ୍‌ଏଲ୍‌-ଏନ୍‌ ଉପାଧ୍ୟକ୍ଷ ମର୍‌ୟାମ ନୱାଜ ଉର୍ଦ୍ଦୁରେ ଟ୍ବିଟ୍ କରିଛନ୍ତି । ଇମ୍ରାନ୍‌ଙ୍କୁ ଏକ ଗଲ୍ଫ ଦେଶର ରାଜକୁମାର ଦାମୀ ଘଣ୍ଟା ଉପହାର ଦେଇଥିଲେ । କିନ୍ତୁ ଇମ୍ରାନ୍ ସେହି ଉପହାରକୁ ତାଙ୍କର ଜଣେ ସହଯୋଗୀଙ୍କ ଦ୍ବାରା ୧ ନିୟୁତ ଡଲାରରେ ବିଦେଶରେ ବିକି ସେହି ଟଙ୍କା ନେଇଯାଇଛନ୍ତି । ଏ ଖବର ରାଜକୁମାରଙ୍କ ପାଖରେ ପହଞ୍ଚିଥିବାର ମଧ୍ୟ ଖବର ମିଳିଛି । ଏହା ଦ୍ବାରା ଇମ୍ରାନ୍ ପାକିସ୍ତାନର ନାଁ ପକାଇଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଇସଲାମାବାଦ ହାଇକୋର୍ଟରେ ଯାଇ ମାମଲା ପହଞ୍ଚିଛି । ଇମ୍ରାନ୍ ବିଦେଶରୁ ପାଇଥିବା ଉପହାରଗୁଡ଼ିକର ବର୍ଗୀକରଣ କରାଯାଉ ଓ ସେଗୁଡ଼ିକର ତାଲିକା ପ୍ରକାଶ ପାଉ ବୋଲି ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ