Masthead

ପରିବାରକୁ ନିଆଁ ପାଣି ମନା

ସାରସକଣା (ବଡ଼ ଖବର ବ୍ୟୁରୋ): ଆଜିର ଦିନରେ ବି ଲୋପ ପାଇନି ସାମାଜିକ କୁପ୍ରଥା । ଏକ ନାବାଳିକା ଝିଅ ମାମଲାରେ ପରିବାରକୁ ବାସନ୍ଦ କଲେ ଗାଁ ଲୋକେ। ନିଆଁ ପାଣି ବନ୍ଦ କରିବା ସହ ସାମାଜିକ ପର୍ବପର୍ବାଣୀରେ ଲଗାଯାଇଛି କଟକଣା । ଏମିତିକି ପଡିଶା ଲୋକଙ୍କ ସହିତ କଥାବାର୍ତ୍ତା କରିଲେ ଦେବାକୁ ପଡିବ ପାଞ୍ଚ ହଜାର ଟଙ୍କା ଜରିମାନା । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଆଦିବାସୀ ପ୍ରବଣ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରୁ । ଏହି ଅଞ୍ଚଳରେ ଜଣେ ନାବାଳିକାକୁ ପାକଟିଆ ହାଟରୁ ଜଣେ ଯୁବକ ରାମଚନ୍ଦ୍ର ବାସ୍କେ (ପୁଟୁ ) ଵୋହୁ କରି ରଖିଥିବା ଅଭିଯୋଗ ଆଣିଥିଲେ ନାବାଳିକାଙ୍କ ପରିବାର ଲୋକେ । ତେବେ ଝିଅକୁ ଅନେକ ଖୋଜିବା ପରେ ନାବାଳିକା ବିଷୟରେ ଜାଣିବାକୁ ପାଇଥିଲେ । ଝିଅକୁ ଫେରେଇ ଆଣିବାକୁ ଯାଇଥିବା ବେଳେ ପୁଅଘର ପକ୍ଷରୁ ଖରାପ ବ୍ୟବହାର କରିବା ସହ ଗାଳି ଗୁଳଜ କରିଥିବାର ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମା’। ଏହାକୁ କେନ୍ଦ୍ରକରି ଥାନାରେ ଲିଖିତ ଅଭିଯୋଗ କରିଥିଲେ ନାବାଳିକାଙ୍କ ପରିବାର ଲୋକେ ।

ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭକରି ଅଭିଯୁକ୍ତ ରାମଚନ୍ଦ୍ର ବାସ୍କେକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଘଟଣା ଏତିକିରେ ଶାନ୍ତ ହୋଇନଥିଲା ଶୁକ୍ରବାର ଅଭିଯୁକ୍ତ ଗୋବିନ୍ଦ ବାସ୍କେର ପରିବାର ଲୋକେ ନାବାଳିକାର ଗାଁ ସମେତ ତିନି ଖଣ୍ଡ ଗାଁ ଲୋକଙ୍କ ସହ ମିଶି ଗ୍ରାମସଭା ଡାକିଥିଲେ। ସେଠାରେ ନାବାଳିକାଙ୍କ ପରିବାରକୁ ବାସନ୍ଦ କରିବା ସହିତ ନିଆଁ ପାଣି ବନ୍ଦ କରିଛନ୍ତି । ଏଭଳି ନିର୍ଦେଶ ଦେଇଥିବା ମାଝୀ ହାଡ଼ମ (ଗାଁ ମୁଖିଆ)ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ବାସନ୍ଦ ଯୋଗୁଁ ଘରୁ ବାହାରି ନପାରି ଛଅ ପ୍ରାଣୀ ଭୋକ ଉପାସରେ ଦିନ କାଟୁଛନ୍ତି । ଏକ ବିଂଶଶତାବ୍ଦୀରେ ମଣିଷ ଚନ୍ଦ୍ରରେ ବସବାସ କରିବାର ସପ୍ନ ଦେଖୁଥିଲା ବେଳେ ଆଜିବି ପାରମ୍ପରିକ ପ୍ରଥା କୁ ଜାବୁଡି ଧରିଛନ୍ତି ଆଦିବାସୀ ସମ୍ପ୍ରଦାୟର ଏହି ଲୋକମାନେ । ଝିଅକୁ ପୂର୍ବପରି ସେମାନେ ଘରକୁ ଫେରେଇ ଆଣିବାକୁ ଇଛା ପ୍ରକାଶ କରିଛନ୍ତି ନାବାଳିକା ର ବାପା ମା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା