Masthead

ମୋ କିଡନୀ ନେଇଯାଅ..ପୁଅକୁ ଭଲ କରିଦିଅ

ଗୋପ (ବଡ଼ ଖବର ବ୍ୟୁରୋ): ମଣିଷ ଜୀବନରେ ଦୁଃଖ କେତେବେଳେ ଆସିବ କାହାରିକୁୁ ଜଣାନାହିଁ । ଆଖିପିଛୁଳା ବଦଳି ଯାଉଛି ଚିତ୍ର ଚରିତ୍ର । ଉଜୁଡି଼ ଯାଉଛି ସୁନାର ସଂସାର । ହସଖୁସିର ପରିବାର ଉପରେ ଛାଇ ହୋଇଯାଉଛି କଳା ବାଦଲ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ସୋରଭା ପଞ୍ଚାୟତ ମୁରୁଡା ଗାଁରେ । ଭଗବାନ ରାଉତଙ୍କ ପରିବାର ବେଶ୍ ହସ ଖୁସିରେ ଚାଲିଥିଲା । ପରିବାର କହିଲେ ମା’ ସ୍ତ୍ରୀ ଓ ୫ ବର୍ଷର କୁନି ଝିଅ । ଗରିବ ହେଲେ ହେଁ ମନରେ ଦୁଃଖ ନଥିଲା । ଭଗବାନ ନିଜ ପରିଶ୍ରମ ବଳରେ ରୋଜଗାର କରି ପରିବାରକୁ ଚଳାଇ ନେଉଥିଲେ ।

ଏବେ ଭଗବାନଙ୍କ ସୁଖ ସଂସାରକୁ କାହାରି ନଜର ଲାଗିଯାଇଛି । ଭଗବାନ କିଡନୀ ରୋଗରେ ଆକ୍ରାନ୍ତ । ହଠାତ୍ ଜ୍ୱର ହେଲା ଓ ଭଗବାନଙ୍କ ସ୍ୱାସ୍ଥ୍ୟବସ୍ଥା ଧିରେଧିରେ ବିଗିଡିବାରେ ଲାଗିଲା । ପରିବାର ଲୋକେ ସମସ୍ତ ସମ୍ବଳ ସାରି ପାରୁପର୍ଯ୍ୟନ୍ତ ଚେଷ୍ଟାକଲେ କିନ୍ତୁ ଭଗବାନ ସୁସ୍ଥହେବା ପରିବର୍ତ୍ତେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରେ ଲାଗିଲା । ଏହାପରେ ମେଡିକାଲ ରିପୋର୍ଟ ଆସିଲା, ଯୋଉଠି ଭଗବାନଙ୍କ ୨ଟି ଯାକ କିଡନୀ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା । ଭଗବାନଙ୍କୁ ନେଇ ଡାକ୍ତରଖାନରୁ ଡାକ୍ତରଖାନା ବୁଲିରେ ପରିବାର ଲୋକେ । ରୋଜଗାରିଆ ପୁଅର ଏଭଳି ଅବସ୍ଥାରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି ପରିବାର । ଔଷଧ କିଣିବାକୁ ମଧ୍ୟ ଟଙ୍କା ନାହିଁ । ଚିକିତ୍ସା ପାଇଁ ପାରୁପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ କରିସାରିଲା ପରେ ଏବେ ଦି ଓଳି ଦି ମୁଠା ଖାଇବା ପାଇଁ ମଧ୍ୟ କଷ୍ଟକର ହୋଇପଡ଼ିଛି ।

ଶେଷରେ କିଛି ଉପାୟ ନପାଇ ଜନ୍ମଦେଲା ମା’ ପୁଅକୁ ନିଜ କିଡନୀ ଦେବା ପାଇଁ ପଣ କରିଛି । ଜନ୍ମ କରିଛି, ପୁଅର ଦୁଃଖ କେମିତି ଦେଖିପାରିବି । ନିଜେ ପଛେ କଷ୍ଟ ପାଇବି ହେଲେ ପୁଅକୁ ଭଲ କରିବାକୁ ଆପ୍ରାଣେ ଚେଷ୍ଟା କରିବି । ଛଳ ଛଳ ଆଖିରେ ଏମିତିି କହିଛନ୍ତି ଭଗବାନଙ୍କ ମା’ । ସ୍ତ୍ରୀ ଓ ଝିଅ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ବୁଢୀ ମା’ ପୁଅର ଜୀବନ ପାଇଁ ଗୁହାରି କରୁଛନ୍ତି । ପ୍ରଶାସନ ପାଖରେ ସାହାଯ୍ୟ ଭିକ୍ଷା କରିଛନ୍ତି । ଯଦି ଏଭଳି ସମୟରେ ଭଗବାନ ରାଉତଙ୍କୁ କେହି ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢ଼ାନ୍ତେ ତେବେ ପୁଣି ଖୁସିର ସଂସାରକୁ ଫେରିପା’ନ୍ତେ ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼