Masthead

ରାମକୀ ପାଇଁ ଅଡ଼ୁଆ ବଢ଼ିଲା

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ବର୍ଜ୍ୟବସ୍ତୁ ପରିଚାଳନା କରୁଥିବା ରାମକୀ କମ୍ପାନୀ ପାଇଁ ଅଡ଼ୁଆ ବଢ଼ିଛି। ଏହି କମ୍ପାନୀ ବିରୋଧରେ ଶୁକ୍ରବାର ବିଜେଡି ପ୍ରତିବାଦ କରିବା ପରେ ଆଜି ବିଜେପି ମଧ୍ୟ କମ୍ପାନୀର ମନମାନି ବିରୋଧରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେଇଛି। କମ୍ପାନୀ ପ୍ରତିଷ୍ଠାକୁ ୧୨ ବର୍ଷ ବିତିଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। ଅଞ୍ଚଳରେ ବିଷ ବୃକ୍ଷ ଲଗାଉଛି ରାମକୀ। ଏହାକୁ ବିରୋଧ କରି ବିଜେପି ଆଜି ଦାବିପତ୍ର ପ୍ରଦାନ କରିଛି। ୭ ଦଫା ଦାବି ସମ୍ଭଳିତ ଏହି ପତ୍ରରେ ବିଜେପି ଉଲ୍ଲେଖ କରିଛି ଯେ ଶିଳ୍ପକୁ ଆମେ ବିରୋଧ କରୁନୁ, କିନ୍ତୁ ଶିଳ୍ପ ଲୋକଙ୍କ ଜୀବନ ଜୀବିକାକୁ ନଷ୍ଟ କରୁଛି। ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ଅଣଦେଖା କରାଯାଉଛି । କମ୍ପାନୀ ସରକାରୀ ନିୟମ ବାହାରକୁ ଯାଇ କାମ କରୁଛି। ନିୟମ ଅନୁଯାୟୀ ବର୍ଜ୍ୟବସ୍ତୁକୁ ଠିକ୍ ଢଙ୍ଗରେ ମାଟିତଳେ ପାଣିଠାରୁ ସମଦୂରତ୍ୱ ରଖି ପୋତିବା କଥା । କିନ୍ତୁ ରାମକୀ ବିଭିନ୍ନ ସ୍ଥାନରୁ ଅଣୁଥିବା ବର୍ଜ୍ୟବସ୍ତୁକୁ ବସ୍ତି ନିକଟରେ ଗଦା କରି ଏକ ବିରାଟ ପାହାଡ଼ ଠିଆ କରିଛି। ସେହିପରି ପାରିପାର୍ଶ୍ୱିକ ଉନ୍ନୟନ ଦାୟିତ୍ୱ ମଧ୍ୟ ତୁଲାଉନି ରାମକୀ। ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉ ବା ବୃକ୍ଷରୋପଣ କିମ୍ବା ମେଡିକାଲ କ୍ୟାମ୍ପ କରୁନି କମ୍ପାନୀ। ବିଜେପି ନେତା ପୁଷ୍ପକ ମହାପାତ୍ରଙ୍କ ନେତୃତ୍ୱରେ ଅନେକ ସମର୍ଥକ ଆଜି କମ୍ପାନୀ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି । ୧୨ ଦିନ ମଧ୍ୟରେ କମ୍ଫାନୀ ସମସ୍ତ ଦାବି ପୂରଣ ନ କଲେ ବିଜେପି ଆନ୍ଦୋଳନରେ ବସିବ ବୋଲି ଚେତାବନୀ ଦେଇଛି। ବିଜେଡିର ଆନ୍ଦୋଳନ ଏବଂ ବିଜେପିର ଦାବିପତ୍ରକୁ ନେଇ କମ୍ପାନୀ କି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା