Masthead

ମାଲକାନାଗିରି ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାମରେ ହତ୍ୟା ମାମଲା ରୁଜୁ କଲା ମାଲକାନଗିରି ଆଦର୍ଶ ଥାନା ପୋଲିସ । ଜିଲ୍ଲାପାଳଙ୍କ ପୂର୍ବତନ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ପୂର୍ବରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମୃତ ଦେବନାରାୟଣଙ୍କ ପରିବାର । ମାତ୍ର ପୋଲିସ ଏତଲା ରୁଜୁ କରିନଥିଲା । ପରେ କୋର୍ଟ ଓ ଜାତୀୟ ମାନଵାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତ ଦେବନାରାୟଣଙ୍କ ସ୍ତ୍ରୀ ବନଜା । ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ତାଙ୍କ କାର୍ଯ୍ୟାଳୟର ଅନ୍ୟ ୩ଜଣ କର୍ମଚାରୀ ଭି. ବେଣୁ ରାଓ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଭବବାନ ପାଣିଗ୍ରାହୀଙ୍କ ନାମରେ ମାଲକାନଗିରି ଏସଡିଜେଏମ କୋର୍ଟରେ ଏତଲା ଦେଇଥିଲେ ଜିଲ୍ଲାପାଳଙ୍କ ପୂର୍ବତନ ପିଏ ଦେବନାରାୟଣ ପଣ୍ଡାଙ୍କ ସ୍ତ୍ରୀ। ସତୀଗୁଡ଼ା ଡ୍ୟାମରୁ ଦେବନାରାୟଣଙ୍କ ଶବ ଉଦ୍ଧାର ଘଟଣାକୁ ଇତି ମଦ୍ୟରେ ୮ମାସ ବିତିଗଲାଣି । ମାତ୍ର ତାଙ୍କ ମୃତ୍ୟୁର ରହସ୍ୟ ପଦାକୁ ନଆସିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ତାଙ୍କ ପରିବାର ଲୋକେ ।
ମୃତ ଦେବନାରାୟଣ ପଣ୍ଡାଙ୍କ ସ୍ତ୍ରୀ ବନଜା ଏହି ଘଟଣାକୁ ନେଇ ପୂର୍ବରୁ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏତଲା ରୁଜୁ କରିନଥିବାରୁ ଶେଷରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବନଜା । ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଦାୟୀ ବୋଲି କହିଛନ୍ତି ବନଜା। ଘଟଣାର ତଦନ୍ତ ଠିକ ଭାବେ ହେଉ ନଥିବାରୁ କୌଣସି ନିଷ୍କର୍ଷ ବାହାରୁ ନାହିଁ ।

ଏସପିଙ୍କ ଠାରୁ ଆରମ୍ଭ କରି ଡିଜିପି ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଫେରାଦ ହେବା ପରେ ମଧ୍ୟ କୌଣସି ସୁଫଳ ପାଇନଥିଲେ ବନଜା । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ୧୩ରେ ପୋଲିସ ମାମଲା ରୁଜୁ କରିଛି । ଆଇପିସିର ଧାରା ୩୦୨, ୨୦୧, ୨୦୪ ଓ ୫୦୬ ଅନୁଯାୟୀ ମାଲକାନଗିରି ପୋଲିସ ମାମଲା ରୁଜୁ କରିଛି । ତେଣେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଲାଗି ମାନବାଧିକାର କମିଶନ ଦକ୍ଷିଣ -ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେବା ପରେ ତଦନ୍ତ ଆରମ୍ଭ ହୋଇଛି। ଗୋଟିଏ ପଟେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ପୋଲିସ ଓ ଅନ୍ୟ ପଟେ ଏନଏଚଆରସିଙ୍କ ନିର୍ଦ୍ଦେଶ କ୍ରମେ ଡିଆଇଜି ନିଜେ ଏହାର ତଦନ୍ତ କରୁଛନ୍ତି । ଉଭୟ ଘଟଣାର ନିଷ୍କର୍ଷ କ’ଣ ବାହାରୁଛି ଓ କୋର୍ଟ କ’ଣ ରାୟ ଶୁଣାଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କର ନଜର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ