Masthead

ପୁଣି ଆନ୍ଧ୍ରର ଦାଦାଗିରି

ସେମିଳିଗୁଡ଼ା (ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲ ସମ୍ବାଇ ପଞ୍ଚାୟତ ସୁନାବେଡ଼ା ଗ୍ରାମ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି । ସୁନାବେଡ଼ା ଓ ବଡ଼ ଡେକାପାଡ଼ୁ ଗ୍ରାମର ଲୋକଙ୍କ ଜମିକୁ ପଡ଼ୋଶୀ ଆନ୍ଧ୍ର ଲୋକେ ନିଜର କହି ମାଡ଼ି ବସିଛନ୍ତି । ଜମି ଅଧିକାରକୁ ନେଇ ତୁଟୁନି ଆନ୍ଧ୍ର-ଓଡ଼ିଶାର ସୀମାବିବାଦ। ଦିନକୁ ଦିନ ଜୋର ଧରିବାରେ ଲାଗିଛି ଏହି ବିବାଦ । ଆଜି ଆନ୍ଧ୍ର ସୀମାନ୍ତ ୪ଖଣ୍ଡ ଗ୍ରାମର ଲୋକଙ୍କ ସହ କିଛି ରାଜନେତା, ଆରଆଇ ପ୍ରମୁଖ ସୀମାକୁ ଆସି ହାତରେ ପ୍ଲାକାର୍ଡ ଧରି ଏକ ରାଲି କରିବା ସହ ଆମର ଇଞ୍ଚେ ମାଟି ମଧ୍ୟ ଛାଡ଼ିବୁ ନାହିଁ ବୋଲି ନାରାବାଜି ଦେଇଥିଲେ । ଓଡ଼ିଶା ସରକାରଙ୍କ ବିରୋଧରେ ବର୍ଷିଥିଲେ ସେମାନେ। ଜମି ଦଖଲ କରିବାକୁ ଲୋକଙ୍କୁ ବଳ ଯୋଗାଉଛନ୍ତି ଆନ୍ଧ୍ର ସରକାର । ସୂଚନାଯୋଗ୍ୟ, ପ୍ରାୟ ୧୫ ଦିନ ଧରି ପଟ୍ଟାଙ୍ଗି ବ୍ଲକ ସମ୍ବାଇ ପଞ୍ଚାୟତ ସୀମାନ୍ତ ସୁନାବେଡ଼ା ଗ୍ରାମଠାରେ ସୀମାକୁ ନେଇ ଉଭୟ ସୀମାବର୍ତ୍ତୀ ଗ୍ରାମ ମଧ୍ୟରେ ବିବାଦ ଲାଗି ରହିଥିଲା । କିଛିଦିନ ଫଳକ ପୋତା ବିବାଦ ପରେ ଆନ୍ଧ୍ର ପକ୍ଷରୁ ରାସ୍ତାରେ ପଥର ପକାଇ ଅବରୋଧ କରାଯାଇଛି । ସମ୍ବାଇ ସରପଞ୍ଚ ପିଲକ ଗୁଣ୍ଠା ଘଟଣାସ୍ଥଳକୁ ଯାଇ ରାସ୍ତାରୁ ପଥର ହଟେଇବାକୁ ଚେଷ୍ଟା କରିଥିଲେ । ଖବରପାଇ ଆନ୍ଧ୍ରର କିଛି ଲୋକ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୀବ୍ର ବିରୋଧ କରିଥିଲେ । ଏହାପରେ ସରପଞ୍ଚ ଗୁଣ୍ଠା ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ କୋରାପୁଟ ଉପଜିଲ୍ଲାପାଳ, ପଟାଙ୍ଗି ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରି ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଥିଲେ । ହେଲେ ଆଜି ପୁଣି ଆନ୍ଧ୍ରର ତେଲୁଗୁଦେଶମ ପାର୍ଟିର କିଛି ନେତା ସୀମାନ୍ତରେ ପହଞ୍ଚି ବିବାଦକୁ ବଢ଼ାଇବାକୁ ଉଦ୍ୟମ କରିଛନ୍ତି । ଜମିକୁ ନ ଯିବାକୁ ଓଡ଼ିଶା ଲୋକଙ୍କୁ ତାଗିଦ କରିଛନ୍ତି । ଆନ୍ଧ୍ର ପକ୍ଷରୁ ଏପରି ଦାଦାଗିରିରେ ଓଡ଼ିଶା ସୀମାନ୍ତ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି । ତୁରନ୍ତ କିଛି ପଦକ୍ଷେପ ନେବାକୁ ସମ୍ବାଇ ସରପଞ୍ଚ ଓ ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ