Masthead

ନିରାଶ୍ରୟ ଝୁନୁ ପାଇଲା ଆଶ୍ରୟ

ଯୋଡ଼ା (ବଡ଼ ଖବର ବ୍ୟୁରୋ): ରାସ୍ତାରେ ଅସୁରକ୍ଷିତ ଅବସ୍ଥାରେ ଏଣେତେଣେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ୨୨ ବର୍ଷୀୟା ଯୁବତୀ ଝୁନୁକୁ ମିଳିଲା ନିରାପଦ ଆଶ୍ରୟ । ଯୋଡ଼ା, ଟାଟା ଷ୍ଟିଲ ଫାଉଣ୍ଡେସନ ଅଧିକାରୀଙ୍କ ପ୍ରୟାସ ପରେ ଝୁନୁକୁ ଭୁବନେଶ୍ୱର ଜାଅଁଳା ସ୍ଥିତ ମିଶନ ଆଶ୍ରା କେନ୍ଦ୍ରରେ ମିଳିଛି ସାହାରା । ଶୁକ୍ରବାର ସନ୍ଧ୍ୟାରେ ମାନସିକ ବିକାର ଗ୍ରସ୍ତ ଯୁବତୀ ଝୁନୁ ପଶ୍ଚିମ ଯୋଡ଼ା ଟାଟା ଷ୍ଟିଲ କଲୋନୀରେ ଅସୁରକ୍ଷିତ ଅବସ୍ଥାରେ ଘୁରି ବୁଲୁଥିବା ବେଳେ, କିଛି ବ୍ୟକ୍ତି ଉଦ୍ଧାର କରି ଟାଟା ଷ୍ଟିଲ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଲୋଡିଥିଲେ । ଏଭଳି ପରିସ୍ଥିତିରେ ଟାଟା କମ୍ପାନୀ ମଧ୍ୟ ସାହାଯ୍ୟର ହାତ ବଢ଼ାଇଥିଲେ । ଝୁନୁକୁ ଟାଟା ଷ୍ଟିଲ ଦ୍ୱାରା ପରିଚାଳିତ ଯୋଡ଼ା ୱେଷ୍ଟରେ ଥିବା ବାଳିକା ରେସିଡେଣ୍ଟିଆଲ ବ୍ରିଜକୋର୍ସ ସେଣ୍ଟରରେ ରଖାଯାଇଥିଲା । ଆରବିସିର ଅଧିକାରୀମାନେ ଦୁଇ ଦିନଧରି ଝୁନୁର ଯତ୍ନ ନେବାପରେ ଭୁବନେଶ୍ୱରର ଜାଅଁଳା ସ୍ଥିତ ମିଶନ ଆଶ୍ରାରେ ଥଇଥାନ କରିଛନ୍ତି । ଝୁନୁର ଟାଟା ଷ୍ଟିଲ ହସ୍ପିଟାଲ ପରିସରରେ ଥିବା କୋଭିଡ ହସ୍ପିଟାଲରେ ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ନେଗେଟିଭ୍ ଆସିବା ପରେ ସକାଳେ ଝୁନୁଙ୍କୁ ମିଶନ ଆଶ୍ରାକୁ ପଠା ଯାଇଥିଲା । ଏବେ ମିଶନ ଆଶ୍ରା ହେଉଛି ଝୁନୁର ନୂଆ ଆଶ୍ରୟ । ସେଠାରେ ତାର ଯତ୍ନ ନିଆଯିବା ସହ ଉପଯୁକ୍ତ ଚିକିତ୍ସା ମିଳିପାରିବ ବୋଲି ଆଶା ସଞ୍ଚାର ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ