Masthead

ଝିଆରୀକୁ ବଳାତ୍କାର: କକା ଗିରଫ

ସାରସକଣା (ବଡ଼ ଖବର ବ୍ୟୁରୋ): ହଜିଯାଉଛି ମାନବିକତା, କାମନା ବାସନାରେ ଅନ୍ଧ ହୋଇ ମଣିଷ ଭୁଲିଯାଉଛି ସବୁ ସମ୍ପର୍କ । ଏଭଳି ଏକ ସ୍ପର୍ଶକାତର ତଥା ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ତଥା ଝାରପୋଖରିଆ ଥାନା ଅଞ୍ଚଳରେ। ସୂଚନା ମୁତାବକ ଜଣେ ୨୯ ବର୍ଷୀୟ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ପକପକା ଗ୍ରାମର ଗଙ୍ଗାଧର ଦାସ ଓରଫ କୁଞ୍ଜ (୫୫)ଙ୍କୁ ଗିରଫ କରିଛି । ଆଉ ସବୁଠାରୁ ବଡ଼ କଥା ହେଉଛି ବଳାତ୍କାର ଶିକାର ହୋଇଥିବା ଯୁବତୀ ଜଣକ କୁଞ୍ଜଙ୍କ ସମ୍ପର୍କୀୟ ଝିଆରୀ। କୁଞ୍ଜଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିଛି। ଯୁବତୀ ଜଣକ ଛେଳି ଚରାଇବା ଓ ଜାଳେଣି କାଠ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ କୁଞ୍ଜ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନା ମୁତାବକ, ବଳାତ୍କାର ପରେ ଏହି ଘଟଣା ବାହାରେ ପ୍ରଘଟ ନ କରିବାକୁ କୁଞ୍ଜ ଯୁବତୀଙ୍କୁ ଧମକ ବି ଦେଇଥିଲେ । ଏପରିକି ଯୁବତୀଙ୍କ ସହ ସେ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଯୁବତୀ ଗର୍ଭବତୀ ହୋଇଥିବା ଜାଣିବା ପରେ ତାଙ୍କ ଭଉଣୀଙ୍କୁ ସମସ୍ତ କଥା କହିଥିଲେ । ପରେ ସାହସ ଜୁଟାଇ ଶନିବାର ଏ ନେଇ ଥାନାରେ ଏତଲା ଦେଇଥିଲେ । ପୋଲିସ ଆଇପିସି ଧାରା ୩୭୬ (୨)(ଏନ)ରେ ମାମଲା ରୁଜୁ କରି କୁଞ୍ଜଙ୍କୁ ଗିରଫ କରିଛି । ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁଦର୍ଶନ ଗଙ୍ଗେଇ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି