Masthead

ବିହାର: ଆଜି ଶପଥ ନେବେ ୧୪ ମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିହାରର ମୁଖ୍ୟମନ୍ତ୍ରୀ ଭାବେ ଆଜି ଅପରାହ୍ନ ସାଢ଼େ ୪ଟାରେ ଶପଥ ନେବେ ନୀତୀଶ କୁମାର । ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନୀତୀଶ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ୍ ଶାହ। ଆଜି ମୋଟ୍ ୧୪ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି ବୋଲି ସୂଚନା ରହିଛି । ବିଜେପିରୁ ୭, ଜେଡିୟୁରୁ ୫, ହିନ୍ଦୁସ୍ଥାନ ଆୱାମ୍ ମୋର୍ଚ୍ଚାରୁ ଜଣେ ଏବଂ ଭିଆଇପିରୁ ଜଣେ ଲେଖାଏଁ ମନ୍ତ୍ରୀ ଶପଥ ନେଇପାରନ୍ତି । ବିଜେପିର ତାରକିଶୋର ପ୍ରସାଦ ଏବଂ ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ବିଜେପିର ମଙ୍ଗଲ ପାଣ୍ଡେୟ, ରାମପ୍ରୀତ ପାଶୱାନ, ରାମସୁରତ ରାୟ, ଜୀବେଶ ମିଶ୍ର ଏବଂ ଅମରେନ୍ଦ୍ର ପ୍ରସାଦ ସିଂ ମନ୍ତ୍ରୀ ହୋଇପାରନ୍ତି । ଜେଡିୟୁରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ବିଜେନ୍ଦ୍ର ଯାଦବ, ଅଶୋକ ଚୌଧୁରୀ, ବିଜୟ ଚୌଧୁରୀ ଏବଂ ଶୀଲା ମଣ୍ଡଲ ମନ୍ତ୍ରୀ ହେବା ସମ୍ଭାବନା ରହିଛି। ହିନ୍ଦୁସ୍ଥାନ ଆୱାମ୍ ମୋର୍ଚ୍ଚାରୁ ସନ୍ତୋଷ ସୁମନ ଏବଂ ଭିଆଇପିରୁ ମୁକେଶ ସହଣୀ ମନ୍ତ୍ରୀ ହୋଇପାରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ