Masthead

ନିରାଡ଼ମ୍ବରରେ ଶେଷ ହେଲା ଭଦ୍ରକ କାଳୀପୂଜା

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଭଦ୍ରକର ପ୍ରସିଦ୍ଧ କାଳୀ ପୂଜା କୋଭିଡ୍ କଟକଣା ଭିତରେ ସମ୍ପୂର୍ଣ୍ଣ ନିରାଡ଼ମ୍ବରରେ ଶେଷ ହୋଇଛି । ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି । ଅନ୍ୟପକ୍ଷରେ ଭଦ୍ରକାଳୀ ପୀଠରେ ମା’ ଆଜି ତୃତୀୟ ଦିବସରେ ରାଜରାଜେଶ୍ୱରୀ ବେଶ ଧାରଣା କରିଛନ୍ତି । ମା’ ଗୋଲାପି ପାଟ୍ଟ ପିନ୍ଧି ସୁନା, ରୁପା ଅଳଙ୍କାରରେ ଭୂଷିତ ହୋଇଛନ୍ତି । ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ଦର୍ଶନ ଦେଉଛନ୍ତି । କିନ୍ତୁ କରୋନା କଟକଣା ପାଇଁ ମା’ଙ୍କର ଏହି ଦୁର୍ଲ୍ଲଭ ବେଶ ଦେଖିବାରୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି ।
ଦୀର୍ଘ ୫୦ ବର୍ଷ ପରେ ଚଳିତବର୍ଷ ପ୍ରଥମଥର ନିରାଡ଼ମ୍ବର ହୋଇଛି ଭଦ୍ରକ କାଳୀପୂଜା । କୋଭିଡ କଟକଣା ମଧ୍ୟରେ ଏହି ପୂଜା ପାଳନ କରାଯାଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ସବୁ ପୂଜା କମିଟି ମାନି ନେଇଛନ୍ତି । ପୂର୍ବରୁ ଭଦ୍ରକ ସହରରେ କାଳୀପୂଜା ୧୦ ଦିନ ଧରି ମହାଆଡ଼ମ୍ବର ସହ ପାଳନ କରାଯାଏ । କିନ୍ତୁ ଚଳିତବର୍ଷ କରୋନା ମହାମାରୀ ପାଇଁ ମାତ୍ର ୨ ଦିନରେ ଭସାଣି ଉତ୍ସବ ସମ୍ପୂର୍ଣ୍ଣ ହୋଇଛି । ନିରାଡ଼ମ୍ବରରେ ଭଦ୍ରକବାସୀ ମା’ଙ୍କୁ ମେଲାଣି ଦେଇଛନ୍ତି ଆଉ ମନାସିଛନ୍ତି ଆର ବର୍ଷକୁ ସ୍ଥିତିରେ ସୁଧାର ଆସୁ, ପୁଣି ଭକ୍ତମାନେ ପୂର୍ବପରି ମା’ଙ୍କୁ ଦର୍ଶନ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି