ଗାଇସିଲେଟ(ବଡ଼ ଖବର ବ୍ୟୁରୋ):୧୯ ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ। ବରଗଡ଼ ଜିଲ୍ଲା ଗାଇସିଲେଟର ବିଜେଡି ନେତା ପ୍ରଣୟ ସାହୁଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେପ୍ଟେମ୍ବର ୧୬ ତାରିଖରେ ଉପାଧ୍ୟକ୍ଷ ପ୍ରଣୟ ସାହୁ ,ସମିତି ସଭ୍ୟ ଦେବେନ୍ ଯୋଶୀ , ରବିନ ଠାକୁର , କଏରୁ ସାହୁ ସମେତ ୧୫ରୁ ଅଧିକ ଲୋକ ଗାଇସିଲେଟ ଥାନାକୁ କୌଣସି ଅଭିଯୋଗ ପାଇଁ ଯାଇଥିଲେ। ଥାନାର କିଛି କର୍ମଚାରୀଙ୍କ ସହ ପାଟିତୁଣ୍ଡ ହୋଇଥିଲା।
ତେବେ ମହିଳା ପୁଲିସ ସମେତ ଏଏସଆଇଙ୍କୁ ଦୁର୍ବ୍ୟବହାର ଓ ଧମକାଇବା ଅଭିଯୋଗରେ ଉକ୍ତ ୪ ଜଣଙ୍କ ନାଁରେ ଆଜି ମାମଲା ରୁଜୁ ହୋଇଛି। ଗାଇସିଲଟ ଥାନା ଏଏସଆଇ ପ୍ରମୋଦ ପାତ୍ରଙ୍କ ଏତଲା ଭିତ୍ତିରେ ଏହି ମାମଲା ରୁଜୁ ହୋଇଛି।