Masthead

ମୋହନ ଭାଗବତଙ୍କ ନାଁରେ ମାମଲା ରୁଜୁ

ପାଟନା (ବଡ଼ ଖବର ବ୍ୟୁରୋ): ମୋହନ ଭାଗବତଙ୍କ ନାଁ ରୁଜୁ ହୋଇଛି ମାମଲା । ପଣ୍ଡିତମାନଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ବିହାର ମୁଜାଫରପୁର ଜିଲାର ଏକ ଅଦାଲତରେ ମାମଲା ରୁଜୁ ହୋଇଛି। ପଣ୍ଡିତମାନେ ନିଜର ଫାଇଦା ପାଇଁ ସମାଜକୁ ଭାଗ ଭାଗ କରିଛନ୍ତି ବୋଲି କହିଥିଲେ ଭାଗବତ ।

ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କ ଏଭଳି ମନ୍ତବ୍ୟ ପଣ୍ଡିତମାନଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ମୁଜାଫରପୁରର ବରିଷ୍ଠ ଆଇନଜୀବୀ ସୁଧୀର କୁମାର ଓଝା କୋର୍ଟରେ ମାମଲା ଦାଏର କରିଛନ୍ତି । ଏହା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ରେ ହେବ। ମୁମ୍ବାଇରେ ରବିଦାସ ଜୟନ୍ତୀ କାର୍ଯ୍ୟକ୍ରମରେ ଭାଗବତ କହିଥିଲେ, ଜାତି ପ୍ରଥା ଭଗବାନ ନୁହନ୍ତି ପଣ୍ଡିତମାନେ ସୃଷ୍ଟି କରିଛନ୍ତି। ଭଗବାନ ସମସ୍ତଙ୍କୁ ସମାନ ଗଢ଼ିଥିବାବେଳେ ପଣ୍ଡିତମାନେ ସେମାନଙ୍କ ଫାଇଦା ପାଇଁ ସମାଜକୁ ଜାତି ନାମରେ ଭାଗ ଭାଗ କରିଛନ୍ତି ବୋଲି ଭାଗବତ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର