Masthead

ଅଭିଯାନ ୩-୦ ସଫଳ କରିପାରିବ କି ଭାରତ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅଭିଯାନ ୩-୦ ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଟି-୨୦ ସିରିଜରେ ଲଗାତର ଦୁଇଟି ମ୍ୟାଚ ଜିିତି ସିରିଜ ଜିତି ଥିବା ଭାରତ ଆଜି କ୍ଲିନ ସୁଇପ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଦିନିକିଆ ସିରିଜରେ ପରାଜୟ ପରେ ଟି-୨୦ରେ ପ୍ରତିଶୋଧ ନେଇଛି ବ୍ଲୁ ବ୍ରିଗେଡ । ଟି-୨୦ ସିରିଜରେ କ୍ଲିନ ସୁଇପ କରି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ବିରାଟ ବାହିନୀ । ୨-୦ରେ ସିରିଜ ଜିତିବା ପରେ ଭାରତୀୟ ଦଳରେ ଖେଳାଳୀମାନଙ୍କ ଆତ୍ମବିଶ୍ୱାସ ଭରପୂର ରହିଛି । କଙ୍ଗାରୁକୁ ନିଜ ମାଟିରେ ମାତ ଦେବା ପାଇଁ ତୟାର ଅଛନ୍ତି ବ୍ଲୁ ଆର୍ମି ।

ଆଜିର ମ୍ୟାଚକୁ ଜିତି ଏହି ବିଜୟ ଧାରାକୁ ଆଗକୁ ହେବାକୁ ଥିବା ଟେଷ୍ଟ ସିରିଜରେ ଜାରି ରଖିବା ଲକ୍ଷ୍ୟରେ ରହିଛି ଭାରତ । ୨୦୧୬ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ କ୍ଲିନ ସୁଇପ କରିଥିଲା ଭାରତ । ଆଜି ଏହି ମ୍ୟାଚକୁ ଜିତି ପୁଣି ଥିରେ ଇତିହାସ ଦୋହରାଇବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ । ଅନ୍ୟପଟେ ଅଷ୍ଟ୍ରେଲିଆର ବୋଲିଂ ବିଭାଗରେ ଅଭିଜ୍ଞତା ଅଭାବ ରହିଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ରୋକିବା କଷ୍ଟସାଧ୍ୟ ହେବ । ଏହାର ସୁଯୋଗ ନେଇ ଭାରତ ଏହି ସିରିଜକୁ କ୍ଲିନ ସୁଇପ ଲକ୍ଷ୍ୟରେ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ