Masthead

ତୁର୍କୀ, ସିରିଆ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୨୪ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଳୟଙ୍କାରୀ ଭୂମିକମ୍ପରେ ଛାରଖାର ହୋଇଛି ତୁର୍କୀ, ସିରିୟା । ମୃତ୍ୟୁସଂଖ୍ୟା ୨୪ହଜାର ରୁ ଅଧିକ ହୋଇଛି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେବି ଧ୍ୱଂସ ସ୍ତୁପ ତଳେ ଫସି ରହିଥିବା ଆହତ, ମୃତକଙ୍କୁ ଖୋଜା ଚାଲିଛି । ଭୂମିକମ୍ପ ପରେ ତୁର୍କୀରେ ଏବେ ହାଡଭଙ୍ଗା ଶୀତ ମାଡିବସିଛି । ଭାରତ ସମେତ ଅନେକ ଦେଶ ତୁର୍କୀ ଏବଂ ସିରିଆକୁ ସହାୟତା ଏବଂ ରିଲିଫ ସାମଗ୍ରୀ ପଠାଇଛନ୍ତି । ଭାରତ ପକ୍ଷରୁ ଖାଦ୍ୟ, ମେଡିସିନ ଏବଂ ଅନ୍ୟାନ୍ୟ ସହାୟତା ପଠାଇଛି । ୨୪ହଜାର ୪ଶହ ଜରୁରୀ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଭୂମିକମ୍ପରେ କେବଳ ତୁର୍କୀରେ ପାଖାପାଖି ୬ହଜାର ବିଲ୍ଡିଂ ଭୁଶୁଡି ପଡିଛି । ୬୦ହଜାର ହଜାରରୁ ଅଧିକ ଆହତ ହୋଇଛନ୍ତି । ଭୂମିକମ୍ପରେ ୮କୋଟି ୫୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।ସେହିଭଳି ସିରିଆ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭୂମିକମ୍ପରେ ୪ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ତୁର୍କୀର ସମସ୍ତ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂମିକମ୍ପର ୭୨ ଘଣ୍ଟା ପରେ ଲୋକ ଭଗ୍ନାବଶେଷ ତଲେ ଚାପି ହୋଇ ରହିଛନ୍ତି । ଭୂମିକମ୍ପରେ ଘରଦ୍ୱାର ହରାଇଥିବା ଲୋକେ ଏବେ ଶୀତ କାକରରେ ଆଶ୍ରୟ ନେଇଛନ୍ତି । ଦୁଇ ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୮ଗୁଣା ବଢିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପୂର୍ବାନୁମାନ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା